3ଟି ୱାର୍ଡରୁ ସାମ୍ପଲ ନିଆଯାଇଛି
ମୁମ୍ବାଇରେ ଜୁଲାଇ ମାସର ଆରମ୍ଭରୁ 15 ଦିନ ମଧ୍ୟରେ 3ଟି ୱାର୍ଡରୁ 6,936 ସାମ୍ପଲ ନିଆଯାଇଥିଲା । ଏଥିରୁ ଜଣାପଡ଼ିଥିଲା ସେଠାରେ ବିନା ଲକ୍ଷଣ କରୋନା ପଜିଟିଭ୍ ସଂଖ୍ୟା ଅଧିକ । ତେବେ ମିଳିଥିବା ରିପୋର୍ଟ ଅନୁସାରେ ବସ୍ତି ଅଞ୍ଚଳର 57 ପ୍ରତିଶତ ଓ ଅଣବସ୍ତି ଅଞ୍ଚଳରେ 16 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଡିବଡି ବିକଶିତ ହୋଇସାରିଛି ।
ହାର୍ଡ ଇମ୍ୟୁନିଟି ବିକଶିତ ହୋଇଛି କି ନାହିଁ, ହେବ ଯାଞ୍ଚ
ବିଏମସି ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ହାର୍ଡ ଇମ୍ୟୁନିଟି ବିକଶିତ ହୋଇଛି କି ନାହିଁ ଯାଞ୍ଚ କରାଯିବ । ପୁଣି ଥରେ ଏନେଇ ଯାଞ୍ଚ କରାଯିବ । ଏହି ସର୍ଭେ ସିରୋ, ବିଏମସି ଓ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ମିଳିତ ଭାବେ କରିବେ ।
ବିନା ଲକ୍ଷଣ ଥିବା କରୋନା ପଜିଟିଭ୍ ସଂଖ୍ୟା ମୁମ୍ବାଇରେ ଅଧିକ
ସିରୋ ସର୍ଭେ ଏହା ମଧ୍ୟ ଦର୍ଶଉଛି ଯେ, ବିନା ଲକ୍ଷଣର କରୋନା ପଜିଟିଭ୍ ସଂଖ୍ୟା ଅନ୍ୟ ସଂଖ୍ୟା ତୁଳନାରେ ଅଧିକ । ଜନସଂଖ୍ୟା ହିସାବରେ ପୁରୁଷ ଆକ୍ରାନ୍ତଙ୍କ ଠାରୁ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା କହିଛି ବିଏମସି । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାର କାରଣ ଲୋକସଂଖ୍ୟା ଅଧିକ ଆଉ ଟୟଲେଟ ଶେୟାରିଂ ମଧ୍ୟ କାରଣ ହୋଇପାରେ । ସଂକ୍ରମଣ ଅଧିକ ହେଉଥିଲେ ହେଁ ମୃତ୍ୟୁ ହାର 0.5-0.10 ମଧ୍ୟରେ ରହିଛି ।
ହାର୍ଡ ଇମ୍ୟୁନିଟି କଣ ?
ହାର୍ଡ ଇମ୍ୟୁନିଟି ଏକ ପ୍ରକ୍ରିୟା । ଏହାଦ୍ୱାରା ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯଦି ମୋଟ ଜନସଂଖ୍ୟାର 75 ପ୍ରତିଶତ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ତେବେ ଏହାକୁ ହାର୍ଡ ଇମ୍ୟୁନିଟି ବିକଶିତ ହୋଇଥିବା କୁହାଯାଏ । ତାପରେ ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା କମ୍ ହୋଇଯାଏ ।