ଟାଇମ କ୍ୟାପସୁଲ କଣ ?
ଟାଇମ କ୍ୟାପସୁଲକୁ କାଳ ପତ୍ର କୁହାଯାଏ। ଏହି କାଳ ପତ୍ରରେ ଯେଉଁ ତଥ୍ୟ ରଖାଯିବ ତାହା ତାମ୍ର ପତ୍ରରେ ଲିଖିତ ରହିବ। ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ଲୋକମାନଙ୍କ କହିବା ଅଣୁଯାୟୀ, ରାମ ଜନ୍ମଭୂମିର ଇତିହାସକୁ ସିଦ୍ଧ କରିବା ପାଇଁ ସେଶନ କୋର୍ଟରୁ ନେଇ ସୁପ୍ରିମକୋର୍ଟ ଯାଏଁ ଯେଉଁ ଲମ୍ଵା ଲଢେଇ ଲଢାଯାଇଛି, ତାହା ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଟାଇମ କ୍ୟାପସୁଲ ସ୍ଥାପନ କରିବା ପାଇଁ ନିର୍ଣ୍ଣୟ ନିଆଯାଇଛି।
ଭବିଷ୍ୟତରେ ଯେତେବେଳେ କେହି ମନ୍ଦିରର ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଚାହିଁବ, ତେବେ ରାମ ଜନ୍ମଭୂମି ସଙ୍ଘର୍ଷର ଇତିହାସ ସହ ତଥ୍ୟ ମଧ୍ୟ ବାହାରିବ। ରାମଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ସଦସ୍ୟ କାମେଶ୍ଵର ଚୌପାଲ ଏହି ସମ୍ବନ୍ଧରେ କହିଛନ୍ତି ଯେ, ମନ୍ଦିରର ଭିତ୍ତିଭୂମି ସ୍ଥାପନ ସମୟରେ ଟାଇମ କ୍ୟାପସୁଲ ରଖିବାର ନିର୍ଣ୍ଣୟ ନିଆଯାଇଛି କାରଣ ଭବିଷ୍ୟତରେ ପୁଣି କେବେ ଏଭଳି ବିବାଦର ସମ୍ମୁଖୀନ ହେବାକୁ ନପଡ଼ୁ। ଟାଇମ କ୍ୟାପସୁଲ ମନ୍ଦିରର ଇତିହାସ ଧାରଣ କରିବ ଏବଂ ଆସନ୍ତା ସମୟରେ ଏହା ସାକ୍ଷୀ ଦେବ ଯେ, ଏହି ସ୍ଥାନ କେବଳ ଭବ୍ୟ ରାମ ମନ୍ଦିରର।
ଟାଇମ କ୍ୟାପସୁଲ ସ୍ଥାପନ ପଛର ଉଦ୍ଦେଶ୍ୟ-
ଟାଇମ କ୍ୟାପସୁଲ ଧାତୁ ଦ୍ଵାରା ନିର୍ମିତ ଏକ କଣ୍ଟେନର ଭଳି ହୋଇଥାଏ। ଏହାକୁ ବିଶିଷ୍ଟ ଉପାୟରେ ନିର୍ମିତ କରାଯାଇଛି। ଟାଇମ କ୍ୟାପସୁଲ ଯେକୌଣସି ଜଳବାୟୁରେ ଯେକୌଣସି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥାଏ। ଏହାକୁ ଭୂମିର ବହୁ ଗଭୀରରେ ସ୍ଥାପନା କରିବାକୁ ପଡ଼େ। ଏହା ବହୁ ଗଭୀରରେ ରହିବା ସତ୍ତ୍ଵେ ମଧ୍ୟ ଏଥିରେ ନା କୌଣସି କ୍ଷତି ହେବ। କୌଣସି ସ୍ଥାନରେ ଟାଇମ କ୍ୟାପସୁଲ ରଖିବାର ଅର୍ଥ ହେଉଛି, କୌଣସି ସମାଜ, କାଳ କିମ୍ଵା ଇତିହାସକୁ ସୁରକ୍ଷିତ ରଖିବା। ଯାହାଫଳରେ ଭବିଷ୍ୟତର ପୀଢିଙ୍କୁ କୌଣସି ଖାସ୍ ଯୁଗ, ସମାଜ ଏବଂ ଦେଶ ବିଷୟରେ ଜାଣିବାକୁ ସହାୟତା ମିଳିବ।