DGCAଙ୍କ ଅନୁଯାୟୀ 170 ଲୋକ ସୁରକ୍ଷିତ ଅଛନ୍ତି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ବିମାନର ସହ-ପାଇଲଟଙ୍କର ମୃତ୍ୟୁ ହୋଇଛି। ଚାରିଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। କେରଳ ଡିଜିପି କହିଛନ୍ତି ଯେ, 18 ଜଣଙ୍କର ମୃତ୍ୟୁ ହୋଇଛି। ଅନୁସନ୍ଧାନ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ, କିନ୍ତୁ ପ୍ରାଥମିକ ସୂଚନା ଅନୁଯାୟୀ ବିମାନଟି ରନୱେ ଅତିକ୍ରମ କରିଛି। ବିମାନରେ 10 ନବଜାତ ଶିଶୁ ମଧ୍ୟ ଥିଲେ।
ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଛି। ଏହା ଦୁର୍ଭାଗ୍ୟଜନକ। 127 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିମାନଟି ଶୁକ୍ରବାର ଦିନ କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।