ହରିଦ୍ୱାର ବ୍ୟତୀତ ପ୍ରୟାଗର ତ୍ରିବେଣୀ ସଙ୍ଗମ ଅଞ୍ଚଳର ମାଟି ମଧ୍ୟ ଭୂମି ପୂଜା ପାଇଁ ସଂଗ୍ରହ କରାଯାଇଛି। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ମିଳନରୁ ଜଳ ଆଣିବାର ଦାୟିତ୍ୱ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦକୁ ଦିଆଯାଇଛି। ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ। ଏହି ଦିନକୁ ଏକ ଐତିହାସିକ ମୂହୁର୍ତ୍ତ କରାଯିବ ବୋଲି ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ଭୂମି ପୂଜନର ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସିଧା ପ୍ରସାରଣ କରାଯିବ। ଲୋକମାନେ ଘରେ ରହି ଉପାସନା କରି ପାରିବେ। କରୋନା ମହାମରୀକୁ ଦୃଷ୍ଟିରେ ରଖି ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି।