ଅଖିଳେଶଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ 15-17 ଦିନ ମଧ୍ୟରେ ସେ ମା ହେବାକୁ ଯାଉଛନ୍ତି । ତେବେ ପୃଥିବୀକୁ ଆସିବା ପୂର୍ବରୁ ନିଜ ବାପାଙ୍କୁ ହରାଇଛି କୁନି ଅତିଥି । ଅନ୍ୟପଟେ ଅଖିଳେଶଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପତ୍ନୀ । 2017ରେ ଏୟାର ଇଣ୍ଡିଆରେ ପାଇଲଟ ଭାବେ ଯୋଗ ଦେଇଥିବା ଅଖିଳେଶ ଲକ୍ଡାଉନ୍ ପୂର୍ବରୁ ଘରକୁ ଆସିଥିଲେ । ତେବେ ଅଖିଳେଶ ଜଣେ ଦୟାଳୁ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି ପଡ଼ୋଶୀ ପ୍ରକାଶ କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଦୁବାଇରୁ ଫେରୁଥିବା ଏୟାର ଇଣ୍ଡିଆର ବିମାନ କ୍ରାସ୍ ହୋଇଗଲା । ବିମାନରେ 190 ଲୋକ ଥିଲେ । ଏହି ଦୁର୍ଘଟଣାରେ 18 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ ମଧ୍ୟ ଅଛନ୍ତି । ଦୁର୍ଘଟଣାରେ ଆହତ 149 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।