ରାଜଘାଟ ନିକଟରେ ଥିବା ଜାତୀୟ ସ୍ୱଚ୍ଛତା କେନ୍ଦ୍ର ପରିଦର୍ଶନ କରିବା ପରେ ପିଏମ ମୋଦି ସାମାଜିକ ଦୂରତା ନିୟମ ପାଳନ କରି ଆରଏସକେ ଅଡିଟୋରିୟମରେ ଦିଲ୍ଲୀର 36 ଜଣ ସ୍କୁଲ ଛାତ୍ରଙ୍କ ସହ ଯୋଗାଯୋଗ କରିବେ ଯେଉଁମାନେ 36ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ୱ କରିବେ। ଏହା ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ୱଚ୍ଛ ଭାରତ ମିଶନରେ ଭାରତରେ ଗ୍ରାମୀଣ ପରିମଳର ରୂପ ବଦଳି ଯାଇଛି। 55 କୋଟିରୁ ଅଧିକ ଲୋକ ଖୋଲାରେ ମଳତ୍ୟାଗ କରିବାର ଅଭ୍ୟାସ ବଦଳାଇଲାଛନ୍ତି। ଏବେ ସେମାନେ ଶୌଚାଳୟ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ଭାରତ ଅନ୍ତର୍ଜାତୀୟ ସମୁଦାୟର ଅନେକ ପ୍ରଶଂସା ଗ୍ରହଣ କରିଛି।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଚ୍ଛ ଭାରତ ମିଶନର ଏକ ରାଷ୍ଟ୍ରିୟ ସ୍ଵଚ୍ଛତା କେନ୍ଦ୍ରର ଉଦଘାଟନ କରିବେ। ଗାନ୍ଧୀଜୀଙ୍କ ଚମ୍ପରନ୍ ସତ୍ୟାଗ୍ରହର ଶତବାର୍ଷିକୀ ପାଳନ ଅବସରରେ 10 ଏପ୍ରିଲ 2017 ରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିଲେ। ଏହି କେନ୍ଦ୍ରରେ ଅବସ୍ଥିତ ଅଡିଟୋରିୟମରେ ଭବିଷ୍ୟତ ପିଢ଼ିମାନଙ୍କୁ ସ୍ୱଚ୍ଛ ଭାରତ ମିଶନର ସଫଳ ଯାତ୍ରା ବିଷୟରେ କୁହାଯିବ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ 'ମଣିଷର ବ୍ୟବହାର ବା ଚଳଣି ପରିବର୍ତ୍ତନ ଅଭିଯାନ' ଭାରତ ମିଶନର ସଫଳ ଯାତ୍ରା ବିଷୟରେ ଏହି କେନ୍ଦ୍ରରେ ପ୍ରଦର୍ଶନ କରାଯିବ। ଏହି କେନ୍ଦ୍ରରେ ଡିଜିଟାଲ୍ ଏବଂ ବାହ୍ୟ ସଂସ୍ଥା ଗୁଡ଼ିକର ମିଶ୍ରଣ ଦେଖିବାକୁ ମିଳିବ। ଏଠାରେ ଲୋକମାନେ ସ୍ୱଚ୍ଛତା ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଦିଗ ଉପରେ ସୂଚନା ଏବଂ ଶିକ୍ଷା ସହିତ ସଚେତନ ହେବାର ଏକ ସୁଯୋଗ ପାଇବେ।
