ଅଗଷ୍ଟ 1 ପାଳନ ହେବାକୁ ଥିବା ଏହି ପର୍ବ କୁ ନେଇ ପ୍ରସ୍ତୁତି ରେ ଲାଗି ପଡିଛନ୍ତି ମୁସଲମାନ ଭାଇ ଭଉଣୀ। ସେପଟେ କିନ୍ତୁ କୋରୋନା କଟକଣା ଯୋଗୁଁ ଉତ୍ସବ ଫିକା ଏବଂ ଭୟାଭଯତା ଯୋଗୁଁ ବେପାର ମାନ୍ଦା ହୋଇଛି।
ପ୍ରତିବର୍ଷ ଏହି ପର୍ବ ସମୟରେ ଦୁଇ ପଇସା ଅଧିକ ରୋଜଗାର କରନ୍ତି ଛେଳି ଚାଷୀ। କିନ୍ତୁ ଚଳିତବର୍ଷ ସେମାନଙ୍କ ବେପାରକୁ ଫିକା କରିଛି ମହାମାରୀ। ଉତ୍ତରପ୍ରଦେଶରୁ ପ୍ରତିବର୍ଷ ହଜାର ହଜାର ଛେଳି ନେଇ ବେପାର ପାଇଁ ଦିଲ୍ଲୀ ଆସନ୍ତି ଅନେକ ଚାଷୀ। ଛେଳି ବିକ୍ରୟ କରୁଥିବା ଚମାନ ଅଲି କହିଛନ୍ତି- ପ୍ରତିବର୍ଷ ମୁଁ ଅତି କମରେ 200 ଛେଳି ଆଣୁଥିଲି। ଏଥର ମୁଁ ମାତ୍ର 60 ଟି ଛେଳି ଆଣିଛି। ଏହି ଛେଳି ମାନଙ୍କର ମୂଲ୍ୟ 12,000 ରୁ 35,000 ପର୍ଯ୍ୟନ୍ତ ରହିଛି।
ହାଇଦ୍ରାବାଦ ରେ ମଧ୍ୟ ପ୍ରତିବର୍ଷ ମୁସଲମାନମାନେ 30,000 ରୁ ଅଧିକ ମେଷ ଏବଂ 12,000 ରୁ ଅଧିକ ଗୋରୁ ଅର୍ଡର କରିଥାନ୍ତି। ସାଧରଣତ ଏସବୁ ଗୁଜୁରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପଶୁ ମାନଙ୍କୁ ଅଣାଯାଏ | ପ୍ରତିବର୍ଷ ଅନେକ ଲୋକ ଏ ନେଇ ନିଜର ବାଣିଜ୍ୟ କରୁଥିଲେ।
କିନ୍ତୁ ଏହି ବ୍ୟବସାୟୀମାନେ ଚଳିତବର୍ଷ ନିଜର ବେପାରକୁ ନେଇ ଅନିଶ୍ଚିତତା ରେ ପଡିଛନ୍ତି। ସମ୍ଭାବ୍ୟ ପ୍ରତିବନ୍ଧକ ଯୋଗୁଁ ଚାଷୀ ମାନେ ବିକ୍ରୟ କରିବାକୁ ସକ୍ଷମ ହେଉନାହାନ୍ତି। ଗତ ରମଜାନ ମାସରେ ଇଦ ଗାହ୍ ଓ ମସଜିଦରେ ନମାଜ ପାଠକୁ ବାରଣ କରାଯାଉ ଥିଲା। ଦୀଲ୍ଲି ଜାମା ମସଜିଦର ଶାହୀ ଇମାମ ଏହାକୁ ନେଇ ଘୋଷଣା କରିଥିଲେ। ଏଥର ମଧ୍ଯ ସାମୂହିକ ନମାଜ ପାଠକୁ ବାରଣ କରାଯିବାର ସମ୍ଭାବନା ରହିଛି।