ଏହି ଟେଷ୍ଟରେ ଅମିତ ଶାହ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ତେବେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଉଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ଶାହ ।
ଅନ୍ୟପଟେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ ନିଜ ନିଜର ଟେଷ୍ଟ କରାଇବାକୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।