ମୌସମ ମୋବାଇଲ ଆପ୍ ICRISAT, ପୁଣେର IITM ଓ ଆଇଏମଡିର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି । ତେବେ ଏହି ଆପ୍ ପ୍ରସ୍ତୁତ ପାଇଁ ପ୍ରଚୁର ଅର୍ଥର ଖର୍ଚ୍ଚ ହୋଇଛି । ପୂରୁଣା ଯନ୍ତ୍ରପାତି ହଟାଇ ନୂଆ କମ୍ପ୍ୟୁଟିଙ୍ଗ ପ୍ରଡକ୍ଟର ବ୍ୟବହାର ହୋଇଛି ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।
‘ମୌସମ’ ଆପ୍ ଉଭୟ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରେ ଉପଲବ୍ଧ ଅଛି । ଏହି ଆପ୍ 200 ସହରରେ ପବନର ବେଗ, ପାଣିପାଗ, ବିଜୁଳି , ତାପାମାତ୍ରା ଓ ଦିଗ ସମ୍ପର୍କରେ ସୂଚନା ଦେବ । ଏହିସବୁ ସୂଚନା ପ୍ରତିଦିନ 8 ଥର ଅପଡେଟ୍ କରାଯିବ ।
450 ସହରର ଆଗାମୀ 7 ଦିନ ପାଇଁ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ଗତ 24 ଘଣ୍ଟାରେ ଥିବା ପାଣିପାଗ ଅବସ୍ଥା ସମ୍ପର୍କରେ ଏହି ଆପ୍ରେ ଉପଲବ୍ଧ ରହିବ । ଏହାସହ ପ୍ରତି ସହର ପାଇଁ ୟେଲୋ, ଅରେଞ୍ଜ ଓ ରେଡ୍ ଆଲର୍ଟ ମଧ୍ୟ ଜାରି କରିବ ‘ମୌସମ୍’ ଆପ୍ ।