ବିହାରରେ କରୋନା ସ୍ଥିତି ଅଣାୟତ।ରାଜଧାନୀ ପାଟନା ସମେତ ରାଜ୍ୟର ସମସ୍ତ ଜିଲ୍ଲା କରୋନା ସଂକ୍ରମଣରେ ଗୁରୁତର ଭାବରେ ପ୍ରଭାବିତ ହେଉଛି ଏବଂ ପ୍ରତିଦିନ ହାରାହାରି 8 ରୁ 10 ଜଣ ମୃତ୍ୟୁ ଘଟୁଛି । ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣ ଯୋଗୁଁ 269 ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ରାଜଧାନୀ ପାଟନାରେ ସର୍ବାଧିକ 41 ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦାୟ 43,591 ଜଣ ଲୋକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି ।
ଆସନ୍ତା ଅଗଷ୍ଟ 16 ପର୍ଯ୍ୟନ୍ତ ବିହାରରେ ଲକଡାଉନ ଅବଧି ବୃଦ୍ଧି

ଅର୍ଗସ ବ୍ୟୁରୋ : ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ 16 ପର୍ଯ୍ୟନ୍ତ ବିହାରରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ବିହାରରେ କରୋନା ଭୂତାଣୁ ବୃଦ୍ଧି ପାଉଥିବା କାରଣରୁ ନିତୀଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ । ପୂର୍ବରୁ ବିହାରରେ 31 ଜୁଲାଇ ପର୍ଯ୍ୟନ୍ତ ଏହି ଲକଡାଉନ ଲାଗୁ କରାଯାଇଥିଲା।
Download Argus News App
