ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ ମୋହର ମାରିଛି । ଏହାସହ ନୂଆ ଶିକ୍ଷା ନୀତିକୁ ବି ମଞ୍ଜୁରି ମିଳିଛି । ଏବେ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଗୋଟିଏ ରେଗୁଲେଟରି ବୋର୍ଡ ରହିବ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଥିବା ଅବବ୍ୟସ୍ଥାକୁ ଦୂର କରାଯାଇପାରିବ ।
ଶିକ୍ଷା ମନ୍ତ୍ରାଳୟ ଉଚ୍ଚଶିକ୍ଷା ପାଇଁ ଗୋଟିଏ ରେଗୁଲେଟରି ବୋର୍ଡ ‘ନ୍ୟାସନାଲ ହାୟର ଏଜୁକେସନ ରେଗୁଲେଟରି ଅଥରିଟି (ଏନଏଚଇଆରଏ) ବା ହାୟର ଏଜୁକେସନ କମିଶନ ଅଫ ଇଣ୍ଡିଆ’ କରିବାକୁ ଲକ୍ଷ୍ୟ ରଖିଛି । ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ 1986ରେ କରାଯାଇଥିଲା । 1992ରେ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହୋଇଥିଲା । ତିନି ଦଶକ ପରେ ବି ଆଉ କୌଣସି ପରିବର୍ତ୍ତନ ହୋଇ ନଥିଲା ।