ସୂଚନାନୁଯାୟୀ, ଅଗଷ୍ଟ 5 ତାରିଖ 11ଟା 15ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟରେ ପହଞ୍ଚିବେ। ସେ ପ୍ରଥମେ ହନୁମାନଗଢୀ ଯାଇ ଦର୍ଶନ କରିବେ। ଏହାପରେ ରାମଲଲାଙ୍କ ଦର୍ଶନ କରିବେ ଓ ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ, ଅତିରିକ୍ତ ଗୃହ ମୁଖ୍ୟ ଶାସନ ସଚିବ ଅବନୀଶ ଅବସ୍ଥୀ, ପୁଲିସ ମହାନିର୍ଦ୍ଦେଶକ ହିତେନ୍ଦ୍ରଚନ୍ଦ୍ର ଅବସ୍ଥୀ ସମେତ ଶୀର୍ଷ କାର୍ଯ୍ୟନିର୍ବାହୀମାନେ ସ୍ଥିତି ନୀରିକ୍ଷଣ କରି ମାନସ ଭବନରେ ଆୟୋଜିତ ବୈଠକରେ ବୂମି ପୂଜା ବ୍ୟବସ୍ଥାର ଅନ୍ତିମ ବିବରଣୀ ଦେଇଛନ୍ତି। ଭୂମି ପୂଜା ସମୟରେ ମନ୍ତ୍ରୀ, ସଙ୍ଘ, ୱିହିପ ସମେତ ଅନ୍ୟ ଅତିଥିଙ୍କୁ 3ଟି ବ୍ଲକରେ ବସିବା ପାଇଁ ବ୍ୟବସ୍ଥା ହୋଇଛି।
ରାମ ମନ୍ଦିର ଭୂମି ପୂଜା କାର୍ଯ୍ୟକ୍ରମରେ ରାମନଗରୀରେ ଜନସମାଙ୍ଗମ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ସମସ୍ତ ଆୟୋଜନ ଉପରେ ବିଶେଷ ଭାବରେ ନଜର ରଖାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଶାସନ ସ୍ତରରେ ରଣନୀତି ପ୍ରସ୍ତୁତ କରାଯାଇଛି। ଲୋକମାନେ ସେମାନଙ୍କର ଘରେ ରହି ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାକୁ ଅପିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ କୋଭିଡ-19 ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ।