ଅବନ୍ତୀପୋରାର ବରୁଦ, ବାରସୋ ବନାଞ୍ଚଳରେ ଲଶ୍କରର 2ଟି ଆତଙ୍କୀ ପୋଷ୍ଟ ଥିବା ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା। ଏହାପରେ ସେନାର 50 ଆରଆର, ସିଆରପିଏଫର ବାଟାଲିଅନ-130 ଏବଂ ଅବନ୍ତୀପୋରା ପୁଲିସର ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ 2 ଆତଙ୍କୀ ଠିକଣା ଉପରେ ସେନା ଅତର୍କିତ ଚଢାଉ କରି ଏକେ 47 ରାଇଫଲ, 2ଟି ଗ୍ରେନେଡ, ଆମୋନିଅମ ନାଇଟ୍ରେଟ ଭଳି ପଦାର୍ଥ ଜବତ କରିବା ସହ ଆତଙ୍କୀ ପୋଷ୍ଟକୁ ଧ୍ଵଂସ କରିଛି ସେନା। ଏହା ସହ ଘଟଣାସ୍ଥଳରୁ 5400 ଟଙ୍କା, ବାସନକୁଶନ, ଷ୍ଟୋଭ, ଗ୍ୟାସ ସିଲିଣ୍ଡର ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି।

ଅର୍ଗସ ବ୍ୟୁରୋ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ବଦରୁ, ବାରସୋ ଅଞ୍ଚଳରେ ଦୁଇଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଛି ସୁରକ୍ଷାବାହିନୀର ଜଏଣ୍ଟ ଟିମ୍। ଲଶ୍କର ଏ ତଏବାର ଏହି ଆତଙ୍କୀ ଠିକଣାରୁ ବହୁଳ ମାତ୍ରାରେ ଗୁଳି ବାରୁଦ ସାହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ସେନାର 50 ଆରଆର, ସିଆରପିଏଫର ବାଟାଲିଅନ-130 ଏବଂ ଅବନ୍ତୀପୋରା ପୁଲିସର ଜଏଣ୍ଟ ଟିମ୍ ଏହି ଅପରେଶନକୁ ସଫଳ କରିଛି।

ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।

ଅର୍ଗସ ବ୍ୟୁରୋ : ଯାଜପୁରରେ ବଡ ଅଘଟଣ । ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ଷ୍ଟେସନ୍ ଚୂନଭାଟି ପ୍ଲଟ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରବଳ ବର୍ଷା, ପବନ ଯୋଗୁଁ ଟ୍ରେନ୍ ବଗି ତଳେ ବସିଥିଲେ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣାରେ ଶୋକ ପିରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଏହି ଅଭାବନୀୟ ଘଟଣାରେ ବ୍ୟକ୍ତିଙ୍କ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
