ତେବେ ରାଫେଲକୁ ନେଇ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରାଫେଲର ଶକ୍ତି ଆଗରେ ମାତ ଖାଇବ ଶତ୍ରୁପକ୍ଷ ଳଢ଼ୁଆ ବିମାନ । ଏନେଇ ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି ।
ରାଫେଲ ଭାରତର ସାମରିକ ଶକ୍ତି ବୃଦ୍ଧି କରିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଦେବ ମହାନ୍ତି । ମରୁଭୂମି ଠାରୁ ପାହାଡ଼ ପର୍ଯ୍ୟନ୍ତ ସବୁଠି ଏହା ନିଜର ଦକ୍ଷତା ଦ୍ୱରା ଶତ୍ରୁଙ୍କୁ ଉପଯୁକ୍ତ ଜବାବ ଦେଇ ପାରିବ । ରାଫେଲ ବହୁ ଆଗରୁ ଆସି ପାରିଥାନ୍ତା । ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସିଦ୍ଧି ହେବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ପରିସ୍ଥିତିରେ ଆମର ରାଫେଲ ଆବଶ୍ୟକ ଥିଲା । ଭାରତର କଥା ରଖି ଫ୍ରାନ୍ସ ଭାରତ ସହ ସଂପର୍କକୁ ସାରା ବିଶ୍ୱକୁ ଜଣାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।