ଶର୍ମିଷ୍ଠା ଟୁଇଟ୍ କରି କହିଛନ୍ତି ଯେ, 'ଗତ ବର୍ଷ ଅଗଷ୍ଟ 8ରେ ମୋ ପାଇଁ ସବୁଠାରୁ ଖୁସିର ଦିନ ଥିଲା, କାରଣ ମୋ ପିତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଠିକ୍ ଗୋଟିଏ ବର୍ଷ ପରେ ଅଗଷ୍ଟ 10ରେ ସେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଭଗବାନ ତାଙ୍କ ପାଇଁ ସବୁକିଛି ଭଲ କରନ୍ତୁ ଏବଂ ମୋ ଜୀବନର ଉଭୟ ସୁଖ ଓ ଦୁଃଖ ଉଭୟ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ପୂର୍ବରୁ ତାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ମୁଖାର୍ଜୀଙ୍କୁ ସୋମବାର ଅପରାହ୍ନରେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ପୂର୍ବରୁ ସେ କୋଭିଡ -19 ପଜିଟିଭ୍ ଚିହ୍ନଟ ହୋଇଥିଲେ।
ମଙ୍ଗଳବାର ଦିନ ହସ୍ପିଟାଲ ଦ୍ଵାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ରକ୍ତ ଜମାଟ ବାନ୍ଧିବା କାରଣରୁ ସୋମବାର ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ସ୍ଵାସ୍ଥାବସ୍ଥାରେ କୌଣସି ଉନ୍ନତି ହୋଇନାହିଁ।