ରବିବାର ଯବାନମାନେ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଫସିଥିବା ଯବାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଅପରେସନ ଆରମ୍ଭ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଗତ କିଛି ଦିନ ପାଣିପାଗ ଖରାପ ରହିବା ସହ ପ୍ରବଳ ତୁଷାରପାତ ହେଉଛି ।
ଶୀତ ଦିନ ଗୁଡିକରେ ଉଚ୍ଚ ପାହାଡିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା କଷ୍ଟକର ହୋଇଥାଏ। ପୂର୍ବରୁ ମଧ୍ୟ ଏପରି ଘଟଣାରେ ସେନା ନିଜର ଯବାନଙ୍କୁ ହରାଇ ସାରିଛି ।