ଦେଶରେ କମିଛି ଖୁଚୁରା ମୁଦ୍ରାସ୍ପିତି । ଗତ ତିନି ମାସ ମଧ୍ୟରେ ମୂଦ୍ରାସ୍ପିତି ହାର ଏହାର ସର୍ବନିମ୍ନ ସ୍ତରରେ ପହଁଚିଛି। ସେପ୍ଟେମ୍ବର ମାସରେ ଏହା 5.02 ପ୍ରତିଶତ ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ ଏହା 7.41 ପ୍ରତିଶତ ରହିଥିଲା। ସେହିପରି ଏହା ଗତ ଅଗଷ୍ଟ ମାସରେ ରହିଥିଲା ୬.୮୩ ପ୍ରତିଶତ। ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୫୬ ପ୍ରତିଶତ ରହିଛି ଯାହା ଅଗଷ୍ଟ ମାସରେ ୯.୯୪ ପ୍ରତିଶତ ରହିଥିଲା। ଦେଶରେ ମୁଦ୍ରାସ୍ଫୀତି କମୁଥିବା ବେଳେ ଓଡ଼ିଶାରେ ଏହାର ସ୍ଥିତି ବେଲଗାମ୍। ଓଡ଼ିଶାରେ ଏହା ୫.୮୭ ପ୍ରତିଶତ ରହିଛି ।
ଅଗଷ୍ଟ ମାସରେ 10.3 ପ୍ରତିଶତ ବଢିଛି ଶିଳ୍ପ ଉତ୍ପାଦନ। ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟ୍ରିଆଲ ପ୍ରଡକସନ ର ତଥ୍ୟ ଅନୁସାରେ ଗତ 14 ମାସରେ 10.3 ପ୍ରତିଶତ ଶିଳ୍ପ ଉତ୍ପାଦନ ବୃଦ୍ଧି ହୋଇଛି। କେବେଳ ଗତ ଜୁଲାଇ ମାସରେ ଏହା ୫.୭ ପ୍ରତିଶତ ବଢିଛି। ସେହିପରି ମାଇନିଂ ଆଉଟପୁଟ୍ ମଧ୍ୟ ୧୨.୩ ପ୍ରତିଶତ ବୃଦ୍ଧି ହୋଇଛି। ମୋଦି ସରକାରଙ୍କ ସଠିକ୍ ଅର୍ଥନୈତିକ ନିଷ୍ପତ୍ତି ଯୋଗୁଁ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥନୀତି ହୋଇପାରିଛି ଭାରତ। ଏବେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ହେବା ଅଭିମୁଖେ ଭାରତ ଅଗ୍ରସର।….
ଆହୁରି ପଢନ୍ତୁ ଭାରତ ଖବର...