ଏହି ଭିଡିଓକୁ 2019 ସାଧାରଣ ନିର୍ବାଚନ ପୂର୍ବର । ତେବେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ କରିବା ମାତ୍ରେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେଉଛି ଓ ଲୋକ ମାନେ ଖୁବ ମାତ୍ରାରେ ଏହାକୁ ଶେୟାର କରୁଛନ୍ତି । ଏହି ଭିଡିଓରେ ମଲ୍ଲିକାର୍ଜୁନ ଖ଼ଡଗେ ମୋଦୀ ସରକାରଙ୍କୁ 2014ରୁ 2019 ଯାଏ କାର୍ଯ୍ୟକାଳର ସମାଲୋଚନା କରିବା ପରେ ସେ ଏହା କହୁଛନ୍ତି ।
ମଲ୍ଲିକାର୍ଜୁନ କହୁଛନ୍ତି ଯେ – ଆପଣ ସାଢେ ଚାରି ପାଦ ମଧ୍ୟ ଚାଲି ନାହାନ୍ତି ଓ ଆମକୁ ପଚାରୁଛନ୍ତି ଆମେ କଣ କଲୁ । ଯଦି ମୋଦୀଜୀଙ୍କୁ ଦେଶରେ ଏଭଳି ଶକ୍ତି ମିଳିବ ତ ଜାଣି ରଖନ୍ତୁ ଯେ ଦେଶରେ ସନାତନ ଧର୍ମ ଓ ଆରଏସଏସର ଶାସନ ହେବ ।
ପ୍ରଥମ ଥର ପାଇଁ କଂଗ୍ରେସର କୌଣସି ନେତା ହିନ୍ଦୁ ବା ସନାତନ ଧର୍ମ ବିରୁଦ୍ଧରେ କହିଛନ୍ତି ସେପରି ନୁହେଁ , କଂଗ୍ରେସ ନେତା ମାନଙ୍କର ହିନ୍ଦୁ- ସନାତନ ଧର୍ମ ବିରୁଦ୍ଧରେ ବକ୍ତବ୍ୟ ଦେବାର ଏକ ଲମ୍ବା ଇତିହାସ ରହିଛି ।
କଂଗ୍ରେସର ମନମୋହନ ସିଂହଙ୍କ ଶାସନକାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନାତନ ଧର୍ମ ଓ ହିନ୍ଦୁ ମାନଙ୍କୁ ବଦନାମ କରିବାକୁ ହିନ୍ଦୁ ଆତଙ୍କବାଦ ଶବ୍ଦ ଗଢା ଯାଇଥିଲା । ଦେଶର ତତ୍କାଳୀନ ଗୃହ ମନ୍ତ୍ରୀ ସୁଶୀଲ ସିନ୍ଦେ ନିଜେ ଏହା କହିଥିଲେ । ଇସଲାମୀ ଆତଙ୍କବାଦ ଉପରେ ପରଦା ପକାଇବାକୁ ଯାଇ ତତ୍କାଳୀନ କେନ୍ଦ୍ର ସରକାର ଜାଣି ଶୁଣି ହିନ୍ଦୁ ଆତଙ୍କବାଦ ଶବ୍ଦ ଗଢି ପ୍ରଚାରିତ କରିଥିଲେ । କେବଳ ସେତିକି ନୁହେଁ ଅନେକ ବୋମା ବିସ୍ଫୋରଣ ମାମଲାରେ ମୂଳ ଇସଲାମୀ ଅଭିଯୁକ୍ତ ମାନଙ୍କୁ ଛାଡି ଦେଇ ହିନ୍ଦୁ ମାନଙ୍କୁ ଫସାଇଥିଲେ । ପରବର୍ତୀ ସମୟରେ ଏହା ଜାଣି ଶୁଣି ହିନ୍ଦୁ ମାନଙ୍କୁ ବଦନାମ କରିବାକୁ କରାଯାଉଥିଲା ତାହା ପ୍ରମାଣିତ ହୋଇଥିଲା ।
ଦିଲ୍ଲୀର ବାଟଲା ହାଉସ ଠାରେ ହୋଇଥିବା ଏନକାଉଂଟରରେ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଆତଙ୍କବାଦୀଙ୍କ ସହ ଏନକାଉଂଟରରେ ପ୍ରାଣବଳୀ ଦେଇଥିଲେ । ଏଥିରେ ଆତଙ୍କବାଦୀ ମାନେ ମଧ୍ୟ ନିପାତ ହୋଇଥିଲେ । ହେଲେ ସେତେବେଳର କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଥିଲେ ଯେ ବାଟଲା ହାଉସ ଏନକାଉଂଟରରେ ମୃତ୍ୟୁବରଣ କରିଥିବା ମୁସଲମାନ ଯୁବକଙ୍କ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାରା ରାତି ଶୋଇ ପାରି ନ ଥିଲେ । ହେଲେ ଦିଲ୍ଲୀ ପୋଲିସର ଅଧିକାରୀଙ୍କ ପରିବାରକୁ କେହି କଂଗ୍ରେସ ନେତା ସମବେଦନା ଜଣାଇବାକୁ ମଧ୍ୟ ଯାଇ ନଥିଲେ ।
କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଶାସନକାଳରେ କୌଣସି ଆତଙ୍କବାଦୀର ଏନକାଉଂଟରରେ ମୃତ୍ୟୁ ହେଲେ କଂଗ୍ରେସ ନେତା ମାନେ ଉକ୍ତ ଆତଙ୍କବାଦୀଙ୍କର ଘରକୁ ସମବେଦନା ଜଣାଇବାକୁ ଯାଉଥିଲେ ।
ତେଣୁ ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ପୁରୁଣା ଭିଡିଓ ଭାଇରାଲ ହେବା ପରେ ଲୋକ ମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତ ଯେ କଂଗ୍ରେସ ଦଳର ହିନ୍ଦୁ ଓ ସନାତନ ଧର୍ମ ପ୍ରତି ଏତେ ଘୃଣା କାହିଁକି ।