ଗତକାଲି ବିଜୁ ଜନତା ଦଲର ମନ୍ତ୍ରୀ ଟୁକୁନି ସାହୁ ବରଗଡରୁ ନୁଆପଡା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ମଂଜୁରି ଦେବା ପାଇଁ ଦାବି କରିଥିବା ଚିଠିର ଉତରରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଏକ ଚିଠି ଲେଖିଛନ୍ତି ଯାହାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷ୍ୟରୁ ଉଲ୍ଲେଖ୍ୟ କରାଯାଇଛି । ଏହି ଚିଠିରେ ରେଳ ମନ୍ତ୍ରୀ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି ପ୍ରକଳ୍ପକୁ ୩୧ ଡିସେମ୍ବର, ୨୦୨୧ରେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ ।
ଶ୍ରୀ ପୁଜାରି କହିଛନ୍ତି ଯେ, ସେହି ପ୍ରକଳ୍ପର ଅନୁମୋଦନ ନେଇ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ମଧ୍ୟ ଚିଠି ଲେଖିଛନ୍ତି ଯେଉଁଥିରେ ଜମି ଯୋଗାଇଦେବା କଥା ଉଲ୍ଲେଖ୍ୟ ଅଛି । ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଜାନୁଆରି ୨୦୨୨ରେ ଟେଣ୍ଡର ମଧ୍ୟ କରିସାରିଛନ୍ତି ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ ।
ଶ୍ରୀ ପୁଜାରି କହିଛନ୍ତି ଯେ ପଶ୍ଚିମ ଓଡିଶାର ଲାଇଫ ଲାଇନ ଖୋର୍ଦ୍ଦା ରୋଡ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ଦୃତ ଗତିରେ ସାରିବା ପାଇଁ ସବୁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରାଇବାରେ ବିଫଳ ହୋଇ ଏଥିରେ ବାଧକ ସାଜିଛନ୍ତି ।
ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ଡ.ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ୍ ରଖନ୍ତୁ । ନଚେତ୍ ନିଜେ ସାଂସଦ ଡ,ପାତ୍ର ଏବଂ ମନ୍ତ୍ରୀ ଟୁକୁନି ସାହୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
କେନ୍ଦ୍ରୀୟ ରେଳ ବଜେଟ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୯୭୩୪ କୋଟି ଟଙ୍କା ମିଳିଛି । ୨୦୨୧-୨୨ରେ ମିଳିଥିଲା ୬ ହଜାର ୯୯୫.୫୮ କୋଟି ଟଙ୍କାର ଅନୁଦାନ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା ବୋଲି ଶ୍ରୀ ପୁଜାରି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।