ଅଧିକ ପଢନ୍ତୁ : ବର୍ଷା ସାଜିପାରେ ବାଧକ !
ଆଜି କାଣ୍ଡି ସହରରେ ୮୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ କାଣ୍ଡିରେ ପହଞ୍ଚି ନେଟ୍ ପ୍ରାକ୍ଟିସ୍ କରିଛି । ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ ରୋମାଞ୍ଚଭରା ମ୍ୟାଚ୍ । ଚଳିତ ଏସିଆ କପରେ ଭାରତ ସର୍ବାଧିକ ଥର ବିଜେତା ଭାବେ ଖେଳିବାକୁ ଆସିଥିବା ବେଳେ ପାକିସ୍ତାନ ଗତ ଟ୍ବେଣ୍ଟି-୨୦ ଫର୍ମାଟରେ ପାଇଥିବା ବିଜୟ ଭଳି ଏଠାରେ ମଧ୍ୟ ଭାରତ ବିପକ୍ଷରେ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି ।
୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟ୍ରେ ୬ ଥର ଏବଂ ଟ୍ବେଣ୍ଟି-୨୦ରେ ଥରେ ବିଜେତା ହୋଇଛି । ପାକିସ୍ତାନ ଦୁଇ ଥର ଦିନିକିଆ ବିଜେତା ହୋଇଛି । ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ଟେକିଥିଲା । କିନ୍ତୁ ପାକିସ୍ତାନକୁ ପ୍ରଥମ ବିଜୟ ପାଇଁ ୨୦୦୦ ମସିହା ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା । ଏହାପରେ ଦ୍ବିତୀୟ ଟ୍ରଫି ପାଇଁ ଆହୁରି ୧୨ ବର୍ଷ ଲାଗିଥିଲା । ତେବେ ଆଜିର ମ୍ୟାଚରେ ପାକିସ୍ତାନ ଟିମ୍ ଉପରେ ଭାରି ପଡ଼ିବ ରୋହିତ ବାହିନୀ ।
ସମ୍ଭାବ୍ୟ ଭାରତ ଏକାଦଶ : ରୋହିଶ ଶର୍ମା (ଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ : ଇମାମ ଉଲ୍ ହକ୍, ଫକର ଜମାନ, ବାବର ଆଜମ୍ (ଅଧିନାୟକ), ମହମ୍ମଦ ରିଜୱାନ୍, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍, ମହମଦ ନୱାଜ, ହାରିସ ରୌଫ୍, ସାହିନ ଶାହ ଆଫ୍ରିଦି, ନସିମ ଶାହ।