ଚଳିତ ବର୍ଷ ଏହି ବଗିଚାରେ ୱାଟର ଚ୍ୟାନେଲର ବ୍ଯବସ୍ଥା କରାଯାଇଛି । ଯାହାଦ୍ବାରା ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିବ । ଏହି ସ୍ଥାନର ସୋନ୍ଦର୍ଯ୍ୟକୁ ବେଶ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ପାଖରେ ଥିବା ପାହାଡ ସାଙ୍ଗକୁ ସୁନ୍ଦର ପାଗର ମଜା ଉଠାଉଛନ୍ତି ପର୍ଯ୍ୟଟକ ।
କାଶ୍ମୀରର ସବୁଠାରୁ ସୌନ୍ଦର୍ଯ୍ୟର ସ୍ଥାନ ହେଉଛି ଏହି ସ୍ଥଳପଦ୍ମ ବଗିଚା । ପର୍ଯ୍ୟଟକମାନେ କାଶ୍ମୀର ଭ୍ରମଣରେ ଆସିଲେ ଏଠାକୁ ଅନେକ ସଂଖ୍ୟାରେ ବୁଲିବାକୁ ଆସିଥାନ୍ତି । ଏହି ସମୟରେ ପାଣିପାଗ ଖୁବ ଭଲ ଥିବାରୁ ଏହି ସମୟ ହିଁ ବୁଲିବା ପାଇଁ ଉପଯୁକ୍ତ ଥାଏ ।
ଅନେକ ସଂଖ୍ୟାରେ ବିଭିନ୍ନ କିସମର ସ୍ଥଳପଦ୍ମ ଲାଗିଥିବା ବେଳେ ଉପଯୁକ୍ତ ପାଣିପାଗ ଯୋଗୁଁ ପର୍ଯ୍ୟଟକଙ୍କ ଖୁବ ଭିଡ ଥିବା ଦେଖିବାକୁ ମିଳୁଛି।