୧୨ରୁ ଅଧିକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବହୁ ଘର, ରାସ୍ତା, ରେଳ ଟ୍ରାକ, ବ୍ରିଜ କ୍ଷତିଗ୍ରସ୍ତ ହୋଇଛି । ସିଲଚର-ଗୌହାଟି ଏକ୍ସପ୍ରେସ ବନ୍ୟାର ଭିତରେ ଫସିଯିବାରୁ ଟ୍ରେନରେ ଥିବା ୧୧୯ ପାସେଞ୍ଜରଙ୍କୁ ଭାରତୀୟ ବାସୁସେନା ପକ୍ଷରୁ ଉଦ୍ଧାର କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଏୟାର ଲିଫ୍ଟରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ଗତକାଲି ଭୂସ୍ଖଳନରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ସମେତ ୩ ଜଣ ନିଖୋଜ ଥିବା ସୂଚନା ମିଳିଛି । ରାଜ୍ୟର ଡିଜାଷ୍ଟର ରେସପନ୍ସ ଫୋର୍ସ, ଅଗ୍ନିଶମ ବାହିନୀ ଓ ଭାରତୀୟ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଆହୁରି ଘଟୁଥିବା ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ...