ଆସାମର ୨୦ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ୍ୟରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୮ ହଜାରରୁ ଅଧିକ ଲୋକଙ୍କ ପରିସ୍ଥିତି ଜଟିଳ ଅଛି । ପ୍ରାୟ ୬୫୨ ଗାଁ ପ୍ରଭାବିତ ହୋଇଛି । ରାସ୍ତାଘାଟରେ ପାଣି ଜମିରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି ।
ଆସାମ ଦିମା ହାସାଓ ଜିଲ୍ଲା ବର୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନିତ କରାଯାଇଛି । ୫୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ସେଠାରେ ୩୨ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ସହ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଯାଇଛି
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ…