ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ବାବଦରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି । ଏଥିରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ । ଯିଏବି ଏଥିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି ନିୟମ କରାଯାଇଛି । ଏବାବଦରେ ସୂଚନା ଦେଇଛି ଆସାମ ପୋଲିସ ।
ବାଲ୍ୟ ବିବାହ ଘଟଣାକୁ ନେଇ ଆସାମ ପୋଲିସର ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ : ବାଲ୍ୟ ବିବାହ ଘଟଣାକୁ ନେଇ ଆସାମ ପୋଲିସର ବଡ଼ ପଦକ୍ଷେପ । ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବାନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ । ଏ ବିଷୟରେ ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବାଲ୍ୟ ବିବାହକୁ ନେଇ ରାଜ୍ୟରେ ୪ ହଜାରରୁ ଉର୍ଦ୍ଧ୍ବ ମାମଲା ରୁଜୁ କରାଯାଇଛି । ଆସାମ ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି । ଏଦିଗରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆଜିଠାରୁ ଆରମ୍ଭ ହୋଇଯାଇଛି ।
Download Argus News App
