ଅର୍ଗସ ବ୍ୟୁରୋ: କମୁଛି କରୋନା ସଂକ୍ରମଣ ମାମଲା। ଆଜି ଦେଶରେ ଗତ ୩ମାସର ରେକର୍ଡ ଭାଙ୍ଗିଛି। ଅର୍ଥାତ୍ ୩ ମାସ ମଧ୍ୟରେ ସବୁଠାରୁ କମ୍ କରୋନା ଭାଇସର୍ ଚିହ୍ନଟ ହୋଇଛନ୍ତି। ଯାହା ଦେଶବାସୀଙ୍କୁ ଆଶ୍ୱସ୍ତ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨ରେ ପହଞ୍ଚିଛି।ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୫୨,୩୩୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କରୋନା ଜନିନ ୨୩ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ନୂତନ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫, ୨୮, ୦୩୦ରେ ପହଞ୍ଚିଛି।
ଯେଉଁଭଳି ଭାବରେ ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଥିଲା, ତାହା ସସମ୍ତଙ୍କୁ ଚିନ୍ତାରେ ପକାଇଦେଉଥିଲା। ତେବେ ସଂକ୍ରମଣ ମାମଲା କମିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରୁଛନ୍ତି ସତ କିନ୍ତୁ ଏବେବି ବିପଦ ଯାଇନାହିଁ। ାବହାରକୁ ଗଲେ ମାସ୍କ ପିନ୍ଧିବା ସହ କରୋନା ଗାଇଡଲାଇନ ପାଳନ କରିବା ଆବଶ୍ୟକ ହୋଇପଡୁଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।