ଅଧିକ ପଢନ୍ତୁ : ସିଡ଼ନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଯଦି ଅଷ୍ଟ୍ରେଲିଆ ପିଏମ୍ ମୋଦିଙ୍କୁ ବସ୍ କହନ୍ତି, ତାହା କେବଳ ଜଣେ ଷ୍ଟେଟସମ୍ୟାନଙ୍କ ଉଦ୍ଦେଶ୍ୟରେ ହୋଇ ନ ଥାଏ । ଏ ସମ୍ମାନ ବିଶ୍ବର ସର୍ବବୃହତ ଗଣତନ୍ତ୍ରକୁ ମିଳେ । ସେଥିପାଇଁ ତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ୍, ଯେତେବେଳେ ଏହାର ଅର୍ଥ ବୁଝାଇବା ଆରମ୍ଭ କରିଥିଲେ, ତାଙ୍କୁ ଗୁଜରାଟରେ ବିତାଇଥିବା ହୋଲି ଠାରୁ ସାବରମତୀ ଆଶ୍ରମରେ ଗାନ୍ଧି ଦର୍ଶନ ଯାଏଁ ପ୍ରତିଟି ମୁହୂର୍ତ୍ତ ମନେ ପଡ଼ିଥିଲା । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଭାରତର ସଶକ୍ତ ଓ ସମାବେଶୀ ଲୋକତନ୍ତ୍ର କଥା ନିଶ୍ଚିତ ଭାବେ ମନେ ପଡ଼େ ।
ତେବେ ଅଷ୍ଟ୍ରେଲିଆ ପିଏମ୍ ଆଲବାନିଜଙ୍କର ଏହି ବୟାନ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ, ଗୋଟିଏ ପଟେ ରାହୁଲ ଗାନ୍ଧି ବ୍ରିଟେନ ଯାଇ ବାଉଳେଇ ହୁଅନ୍ତି ଯେ ମୋଦିଙ୍କ ଶାସନ କାଳରେ ଭାରତରେ ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହୋଇଛି । ଅନ୍ୟ ପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତ ଯୋଗୁଁ ବା ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଅଷ୍ଟ୍ରେଲିଆର ଲୋକତନ୍ତ୍ର ସଶକ୍ତ ଓ ସମାବେଶୀ ହୋଇଛି । ତେଣୁ ପିଏମ୍ ଆଲବାନିଜଙ୍କ ଏହି ବୟାନରୁ ଲଣ୍ଡନରେ ରାହୁଲ କରିଥିବା ଅଯୌକ୍ତିକ ଯୁକ୍ତି ଖାରଜ ହୋଇଛି । ସିଡନୀରେ ୨୦ ହଜାର ପ୍ରବାସୀ ଭାରତୀୟଙ୍କୁ ଅଲମ୍ପିକ ପାର୍କରେ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ବିଶ୍ବାସ ଓ ସମ୍ମାନ ଉପରେ ଅଧାରିତ । ଏହାସହ ଜନସମାଗମକୁ ଦେଖି ପ୍ରଧାନମନ୍ତ୍ରୀ ଏହାକୁ ଏକ ଛୋଟ ଭାରତ ବୋଲି କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ବ୍ରିସବେନରେ ଏକ ନୂଆ ବାଣିଜ୍ୟ ଦୂତାବାସ ଖୋଲିବା ନେଇ ଘୋଷଣା କରିଛନ୍ତି ।
ବିଶ୍ବର କୌଣସି ସ୍ଥାନରେ ସଂକଟ ଦେଖାଦେଲେ ଭାରତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଥମେ ହାତ ବଢାଉଛି । ଏହାସହ ସାରା ବିଶ୍ବକୁ ଏକଜୁଟ କରିବା ଉପରେ ଭାରତ କାମ କରୁଛି । ଗଣତନ୍ତ୍ର ଉପରେ ବି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆମେ ନିଜର ଦେଶ ସହ ସାରା ବିଶ୍ବକୁ ଗୋଟିଏ ପରିବାର ବୋଲି ଭାବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତବର୍ଷ ଯେତେବେଳେ ସେନ୍ ୱାର୍ନଙ୍କର ମୃତ୍ୟୁ ହୋଇଥିଲା, ଖବର ପାଇବା ପରେ ଭାରତରେ ଶୋକ ପାଳନ ହୋଇଥିଲା । ଆଉ ଭାରତୀୟମାନେ ନିଜର କୌଣସି ବ୍ୟକ୍ତିଙ୍କୁ ହରାଇବା ଭଳି ଅନୁଭବ କରିଥିଲେ । ସେହିଭଳି ବିଶ୍ବରେ ଭାରତ ଏବେ ତୀବ୍ର ଗତିରେ ବିକଶିତ ହେଉଥିବା ଏକ ରାଷ୍ଟ୍ର ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି । ଭାରତର ସାମର୍ଥ୍ୟ ଓ ସଂଶାଧନର କମ୍ ନଥିବା କଥା ସେ କହିଛନ୍ତି ।