ଗତ କିଛିଦିନ ତଳେ କ୍ରିକେଟର କେ ଏଲ ରାହୁଲ ଏବଂ ଆଥିଆଙ୍କ ବିବାହ ପରେ ସେମାନଙ୍କୁ ନାମୀଦାମୀ ସେଲିବ୍ରିଟି ମାନେ ଦାମୀ ଗିଫ୍ଟ ଦେଇଥିବା ଖବର ଚର୍ଚ୍ଚାକୁ ଆସିଥିଲା । ରିପୋର୍ଟ ଅନୁସାରେ ସଲମନ ଖାନ ଦେଇଛନ୍ତି ୧ କୋଟି ୬୪ ଲକ୍ଷର ଅଡି କାର ,ଜ୍ୟାକିଶ୍ରଫ ଦେଇଛନ୍ତି ୩୦ ଲକ୍ଷ ଟଙ୍କାର ଦାମୀଘଣ୍ଟା, ବିରାଟ କୋହଲି ଦେଇଛନ୍ତି ୨ କୋଟିର ବିଏମଡବ୍ଲ୍ୟୁ କାର ,ଏମ ଏସ ଧୋନି ଦେଇଛନ୍ତି ୮୦ ଲକ୍ଷର କାୱାସାକି ବାଇକ, ଅଭିନେତା ଅର୍ଜୁନ କପ୍ପୁର ଦେଇଛନ୍ତି ୧ କୋଟି ୫୦ ଲକ୍ଷର ଡାଇମଣ୍ଡ ବ୍ରେସଲେଟ । କେବଳ ସେତିକି ନୁହେଁ ଆଥିଆଙ୍କ ବାପା ସୁନିଲ ସେଟ୍ଟୀ ଉଭୟ ନବ ଦମ୍ପତ୍ତିଙ୍କୁ ଏକ ୫୦ କୋଟିର ଫ୍ଲାଟ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯାହାକୁ ଆଥିଆ ଏବଂ ରାହୁଲ ଗୁଜବ ବୋଲି କହିଛନ୍ତି ।
ତେବେ ଉଭୟଙ୍କ ବିବାହ ସେଟ୍ଟୀ ଫାର୍ମହାଉସରେ ଅନୁଷ୍ଠିତ ହୋଇଥିଲା । ରିସେପସନ ପାର୍ଟି ଆଇପିଏଲ ସିଜନ ପରେ ହେବ ବୋଲି ଅନିଲ ସେଟ୍ଟୀ ମତ ରଖିଛନ୍ତି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।