ଅଧିକ ପଢନ୍ତୁ : ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ପୁରୀ
କେବଳ ଗୁଡ୍ଡୁ ମୁସଲିମ ନୁହେଁ ଅନେକ ବାହୁବଳୀ ଡନଙ୍କ ନିରାପଦ ସ୍ଥାନର ଠିକଣା ହେଉଛି ଓଡିଶା । ଓଡ଼ିଶାରେ ରହି ନିଜ ଅପରାଧ ସାମ୍ରାଜ୍ୟକୁ ଅନାୟସରେ ପରିଚାଳନା କରୁଛନ୍ତି ବାହାର ରାଜ୍ୟର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ । ଆଉ ଏହି ଅପରାଧିକଙ୍କ ଟେର୍ ପାଉନି ରାଜ୍ୟ ଗୁଇନ୍ଦା ବିଭାଗ । ଜାତୀୟସ୍ତରରେ ବାରମ୍ବାର ନିନ୍ଦିତ ହେଉଛି ଓଡ଼ିଶା ପୋଲିସ । ରାଜ୍ୟ ପୋଲିସଙ୍କ ପାରିବା ପଣିଆ ନେଇ ପୁଣି ଉଠିଲା ପ୍ରଶ୍ନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନରେ ଥରହର ହାର୍ଡକୋର ଅପରାଧୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଓଡ଼ିଶା ।
ଆଜି ନୁହେଁ ଗତି କିଛି ବର୍ଷର ଅପରାଧିକ ଟ୍ରାକ ରେକର୍ଡ ଏହା ସ୍ପଷ୍ଟ ଭାବେ ଭାବେ ବୟାନ କରୁଛି । ୨୪ ଜାନୁଆରୀ ୨୦୦୮ରେ ମାଫିଆ ଡନ୍ ବ୍ରିଜେଶ ସିଂକୁ ଦିଲ୍ଲୀର ସ୍ପେଶାଲ ସେଲ୍ ରାଜଧାନୀ ଭୁବନେଶ୍ବରରୁ ଗିରଫ କରିଥିଲା । ସେହିପିର ନିସିଦ୍ଧ ସଂଗଠନ ସିମିର 4 ସଦସ୍ୟ ୨୦୧୬ ମସିହାରେ ରାଉରକେଲାରୁ ସେଣ୍ଟ୍ରାଲ ସ୍ପେଶାଲ ଫୋର୍ସ ଦ୍ବାରା ଗିରଫ ହୋଇଥିଲେ । ଅନ୍ୟ ଏକ ଘଟଣାରେ ୨୦୧୪ରେ ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନର ସ୍ଲିପିଂ ସେଲ୍ ଲିଙ୍କରେ ଏକାସାଙ୍ଗରେ ରାଜ୍ୟର କଟକ, ଭୁବନେଶ୍ବର ଓ ପୁରୀରେ ଚଢ଼ାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ସେହିଭଳି ସାଲେପୁରରୁ ଅବଦୁଲ ରେହେମାନ୍ କୁ ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଲିଙ୍କ୍ ଓ ବେଆଇନ ମଦ୍ରାସା ଚଳାଇ ଦେଶ ବିରୁଦ୍ଧରେ କୋମଳମତି ଶିଶୁ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗରେ ଗିରଫ କରିଥିଲା "ର"। ଏହିସବୁ ଘଟଣା ପରେ ରାଜ୍ୟ ସରକାରଙ୍କ ପୁଲିସ, ଗୁଇନ୍ଦା ବିଭାଗ ଏବେ କାଠ ଗଡାରେ । ଦେଶ ବିରୋଧି ତତ୍ତ୍ଵ ହଉ କି ଅନ୍ୟ ରାଜ୍ୟ ମାନଙ୍କର ମୋଷ୍ଟ୍ ୱାଣ୍ଟେଡ ମାଫିଆ ଡନ ମାନେ ଆଇନ ଫାଶରୁ ବଞ୍ଚିବା ପାଇଁ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି। ଯାହା ରାଜ୍ୟ ପୋଲିସର ପରିବାପଣିଆ ଏବଂ ଓଡ଼ିଶା ଗୃହ ବିଭାଗର ଅପାରଗତାକୁ ପ୍ରମାଣିତ କରୁଛି ।