ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିବା ପୂର୍ବରୁ ବିମାନ ଉଡ଼ାଣର ସମୟ ଆଦି ଯାଞ୍ଚ କରି ନେବାକୁ ବିଭିନ୍ନ ଏୟାର୍ଲାଇନ୍ ସେମାନଙ୍କ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଦୁଇ ଘଣ୍ଟା ଧରି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲେ । ଯଥା ସମ୍ଭବ ଲୋକେ ଘରେ ରହିବା ଉତ୍ତମ ।
ବିଶେଷ ପରିସ୍ଥିତିରେ ନିରାପଦ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ , କିନ୍ତୁ କୌଣସି ଗଛ ମୂଳେ ଆଶ୍ରୟ ନିଅନ୍ତୁ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀ, ନୋଇଡ଼ା ଏବଂ ଗାଜିଆବାଦର କେତେକ ପ୍ରାନ୍ତରେ ଭୀଷଣ ପବନ ଓ ବତାସ ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହା ଛଡା ହରିୟାଣା, ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ହୋଇଥିବା ନଜରକୁ ଆସିଛି ।