ଏବେ ମୋଦୀ ସରକାର ବିଦେଶ ମାଟିରୁ ଚାଲୁଥିବା ଏହି ଭାରତ ବିରୋଧୀ କାର୍ଯକଳାପକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏବେ ଉକ୍ତ ଦେଶର ସରକାର ମାନଙ୍କୁ ଏଭଳି ଗତିବିଧି ଉପରେ ରୋକ ଲଗାଇବାକୁ ଭାରତ ସରକାର କହୁଛନ୍ତି । ଏହି କ୍ରମରେ ଅଷ୍ଟ୍ରେଲିଆ ସରକାର ସେଠାରେ ଖଲିସ୍ତାନ ନାମରେ ଚଳାଯାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ଭାରତ ବିରୁଦ୍ଧରେ ଏକ ଖଲିସ୍ତାନୀ ମାନଙ୍କର ବୈଠକ ହୋଇଥିଲା । ଏହା ପରେ ସେଠାକାର ସୁରକ୍ଷା ଏଜେନ୍ସି ମାନଙ୍କୁ ଏହାକୁ ନେଇ କାମ କରିବାକୁ କୁହା ଯାଇଥିବା ଜଣାଯାଇଛି ।ଭାରତ ଅଷ୍ଟ୍ରେଲିଆରେ ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ବିଶେଷ ଭାବେ ଖଲିସ୍ତାନୀ ମାନଙ୍କ ଦ୍ୱାରା କରାଯାଉଥିବା ଗତିବିଧି ସମ୍ପର୍କରେ ସେଠାକାର ସରକାରଙ୍କୁ ଦୀର୍ଘ ସମୟ ଧରି ଅବଗତ କରାଇ ଆସିଛି । ଏହା ବାଦ ଏବେ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ ବୈଠକରେ ଭାଗ ନେବାକୁ ଅଷ୍ଟ୍ରେଲିଆ ଯାଉଛନ୍ତି ।
ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆରେ ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସରକାର ଚିନ୍ତିତ ଅଛନ୍ତି ।ଅଷ୍ଟ୍ରେଲିଆ ଟୁଡେ ର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତ ବିରୋଧରେ ହେଉଥିବା ଷଡଯନ୍ତ୍ରକୁ ରୋକିବାକୁ ଅଷ୍ଟ୍ରେଲିଆ ସରକାର ବିଦେଶୀ ମାନଙ୍କୁ ଦେଉଥିବା ଭିସାକୁ ମଧ୍ୟ ଜାଂଚ କରିବ । ଏଭଳି ଲୋକ ମାନଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଯେଉଁ ମାନେ ଖଲିସ୍ତାନ ତିଆରି କରିବାକୁ ରେଫରେଣ୍ଡମ କରିବାକୁ ଚାହୁଁଛନ୍ତି ।
ଗତ କିଛି ସମୟ ଧରି ଖଲିସ୍ତାନୀ ମାନଙ୍କର ପ୍ରପାଗଣ୍ଡା ଅଷ୍ଟ୍ରେଲିଆରେ ବଢି ବଢି ଚାଲିଛି । ସୋସିଆଲ ମିଡିଆରେ ମଧ୍ୟ ଭାରତ ବିରୋଧୀ ଅପ ପ୍ରଚାର ଚାଲିଛି । ଅନେକ ବିବାଦୀୟ ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରାଯାଉଛି । ଏଥିରେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଆପତ୍ତିଜନକ କଥା ମାନ ଦେଖିବାକୁ ମିଳୁଛି ।ଏଭଳି ପୋଷ୍ଟର ଗୁଡିକ ଦ୍ୱାରା ଅଷ୍ଟ୍ରେଲିଆରେ ରହୁଥିବା ହିନ୍ଦୁ ମାନଙ୍କ ବିରୁଦ୍ଧରେ ଘୃଣା ଭାବ ବଢିବାର ଆଶଙ୍କା ରହିଛି ।