This is 2nd Class food on India's national railways? It tastes First Class to me! I'm very impressed, Minister @AshwiniVaishnaw. You should make Mr. Narendra Kumar your international brand ambassador. Five stars for the kitchen in the Rajdhani Express. -- UPDATE: free ice cream! pic.twitter.com/9TwbnjXG7c — Salvatore Babones (@sbabones) February 13, 2023
ଯାହାକୁ ନେଇ ସେ ଭାରତୀୟ ରେଳ ବିଭାଗ ଉପରେ ବହୁତ ଖୁସି ବ୍ୟକ୍ତ କରିବା ସହ ଲେଖିଛନ୍ତି ଭାରତୀୟ ରେଳରେ ଦିଆଯାଉଛି ତାହା ମତେ ଫାଷ୍ଟ କ୍ଲାସ ଲାଗିଲା । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଛନ୍ତି ।
ସେ ସେହି ମିଲ୍ ର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାତ, ଡାଲି, ଏକ ତରକାରୀ, ରୁଟି ଏବଂ ଦହି ଥିଲା । ଏହାସହ ତାଙ୍କୁ ଫ୍ରିରେ ଆଇସକ୍ରିମ୍ ମଧ୍ୟ ଦିଆଯାଇଥିଲା । ଏହାସହ ସେ ପୁରା ଖାଇବା ପରେ ସେହି ପ୍ଲେଟର ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି । ସେହିପରି ତାଙ୍କୁ ଖାଦ୍ୟ ଦେଇଥିବା ସେଫ୍ ଙ୍କ ସହ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି । ରେଳମନ୍ତ୍ରୀଙ୍କୁ ଅନୁରୋଧ ମିଷ୍ଟର ନରେନ୍ଦ୍ର କୁମାରଙ୍କୁ ଅନ୍ତର୍ଜାତୀୟ ବ୍ରାଣ୍ଡ ଆମ୍ବାଷଡର ବନାଇ ଦିଅନ୍ତୁ । ରାଜଧାନୀ ଏକ୍ସପ୍ରେସର କିଚେନ୍ କୁ ଫାଇଭ ଷ୍ଟାର ଦେଉଛି ।
ଏହି ପୋଷ୍ଟ ଅନ୍ୟ ୟୁଜର ମାନେ ନିଜ ଯାତ୍ରା ବେଳର ଅନୁଭୂତି ବଖାଣିଛନ୍ତି । ରାଜଧାନୀ ଏକ୍ସପ୍ରେସର ଖାଦ୍ୟକୁ ବେଶ ପ୍ରଶଂସା କରିଛନ୍ତି ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ