ତେବେ ଆଜିର ଏହି ଭବ୍ୟ ଦୀପାବଳି ଅବସରରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସମ୍ପାଦକ ସୁଧାଂଶୁ ପଟ୍ଟନାୟକ କହିଛନ୍ତି ଯେ, ସେ ନିକଟରେ ଅଯୋଧ୍ୟା ଯାତ୍ରା କରିଥିଲେ। ଭୂମି ପୂଜନ ପରେ ମନ୍ଦିର କାର୍ଯ୍ୟକୁ ଜୋରଦାର କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ସାଧୁ ସନ୍ଥଙ୍କ ପରାମର୍ଶ କ୍ରମେ ସେମାନେ ପ୍ରତି ଘରକୁ ଯିବେ। ଏହା ସହ ଭାରତରେ 5 ଲକ୍ଷ ଗ୍ରାମ ମଧ୍ୟରୁ 4 ଲକ୍ଷ ଗ୍ରାମର 11 କୋଟି ପରିବାରଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରିବେ। ପ୍ରତି ରାମ ଭକ୍ତଙ୍କ ଠାରୁ 10 ଟଙ୍କା ଏବଂ ପରିବାର ବର୍ଗଙ୍କ ଠାରୁ 100 ଟଙ୍କାର ସାହାଯ୍ୟ ଲୋଡ଼ିବେ। ଏଥିପାଇଁ 5 ଲକ୍ଷ କାର୍ଯ୍ୟକର୍ତା କାର୍ଯ୍ୟ କରିବେ। ଜାନୁୟାରୀ 15 ତାରିଖ ମକର ସଂକ୍ରାନ୍ତି ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଫେବୃୟାରୀ 27 ଶ୍ରୀ ପଞ୍ଚମୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଆଜି ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ ଭବ୍ୟ ଦୀପାବଳି

ନୂଆଦିଲ୍ଲୀ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଦୀପାବଳି ପାଳିବେ ଦେଶବାସୀ। ଏହି ଅବସରରେ ଭାରତର 500 ବର୍ଷର ସଂଗ୍ରାମ, ବଳିଦାନ ଏବଂ ଧୈର୍ଯ୍ୟର ପରିଣାମ ସ୍ୱରୂପ ଆଜି ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ଭବ୍ୟ ଦୀପାବଳି ଅନୁଷ୍ଠିତ ହେବାକୁ ଯାଉଛି। ଅସ୍ଥାୟୀ ମନ୍ଦିରରେ ଅଧିଷ୍ଠିତ ରାମଲଲାଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳିତ ହେବ ଏବଂ ଅଯୋଧ୍ୟାରେ ପ୍ରାୟ 5.51 ଲକ୍ଷ ଦୀପ ଜଳାଯିବ । ଏହା ବିଶ୍ୱକୁ ଭାରତର ହିନ୍ଦୁମାନଙ୍କ ପରମ୍ପରାକୁ ଦର୍ଶାଇବା ସହ ଭାରତ ଉପରେ ଖରାପ ଦୃଷ୍ଟି ରଖୁଥିବା ଲୋକଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେବ ଯେ ଭାରତ ନିଜର ପରମ୍ପରା, ସଂସ୍କୃତି ପ୍ରତି କେତେ ସଚେତନ ।
Download Argus News App
