ଏଥର ଦୀପୋତ୍ସବ ଅବସରରେ ଅଯୋଧ୍ୟା ସ୍ଥିତ ୫୧ ଘାଟକୁ ୨୪ ଲକ୍ଷ ଦୀପ ସହିତ ସଜାଯିବ। ଚଳିତ ବର୍ଷ ରାଜ୍ୟର ପ୍ରମୁଖ ଧାର୍ମିକ ସହର ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଥିବା ଥିବା ଦୀପୋତ୍ସବ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦୀପାବଳି ଅବସରରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ଏହାର ମହାନତା ପାଇଁ ସମଗ୍ର ବିଶ୍ଵରେ ସ୍ଵୀକୃତି ଲାଭ କରିଛି। ଗତ ୨୦୧୭ ପର ଠାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଦୀପୋତ୍ସବ ଏକ ନୂତନ ରେକର୍ଡ ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର: