ନେପାଳରୁ ଆସୁଛନ୍ତି ଶିଳା ଶାଳଗ୍ରାମ। ଯେଉଁଥିରେ ଅଙ୍କା ହେବ ରାମଲଲାଙ୍କ ପ୍ରତୀମା। ଶାଳଗ୍ରାମ ଶିଳାର ଓଜନ ରହିଛି ୪୦ ଟନ୍।
ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠିବା ଦିନଠୁ, ଆଧ୍ୟାତ୍ମ ଭାରତ ଚଳଚଞ୍ଚଳ ହୋଇଉଠିଛି। ସରଜୁ ତୀତରେ ଆରମ୍ଭ ହୋଇଛି ମନ୍ଦିର ନିର୍ମାଣ। ଆଉ ଏଠାରେ ସ୍ଥାପିତ ହେବାକୁ ଥିବା ପ୍ରତିମା ପାଇଁ ନେପାଳରୁ ଆସୁଛନ୍ତି ଏହି ଶିଳା। ଦିବ୍ୟ ରଘୁନାଥଙ୍କ ପ୍ରତିମା ପାଇଁ ନେପାଳର ଗଣ୍ଡୁକୀ ନଦୀରୁ ଏହା ସଂଗୃହୀତ ହୋଇଛି। ଯେଉଁଠାରୁ ପାରମ୍ପରିକ ଭାବେ ଦିବ୍ୟ ଶାଳଗ୍ରାମ ଶିଳା ପ୍ରାପ୍ତ ହୋଇଥାଏ। ନେପାଳରୁ ଭାରତ ଆସୁଥିବା ପଥରେ ଏହାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ନେପାଳବାସୀ।
ଖବର ସରବରାହ ସଂସ୍ଥା ଦୈନିକ ଭାସ୍କର କହିଛି, ୪୦ ଟନ୍ ଓଜନର ଏହି ପ୍ରସ୍ତର ଖଣ୍ଡ ୬ କୋଟି ବର୍ଷ ପୁରୁଣା। ଏହି ପଥରରେ ରାମ ଲଲା ଓ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏଥିରେ ନିର୍ମିତ ପ୍ରତିମା ଗର୍ଭଗୃହରେ ସ୍ଥାପିତ ହେବ।
ସ୍ବତନ୍ତ୍ରତା ଦିବସ ଅବସରରେ ଏହି ୨ ଶିଳାଖଣ୍ଡକୁ ଟ୍ରକରେ ଲଦି ଭାରତ ଅଣାଯାଉଛି। ଯେଉଁଥିରେ ଗୋଟିଏ ଖଣ୍ଡର ଓଜନ ୨୬ଟନ୍ ଏବଂ ଅନ୍ୟଟିର ଓଜନ ୧୪ଟନ୍ । ଏହି ପଥର ଆଣିବା ପୂର୍ବରୁ ସ୍ଥାନୀୟ ଗଲେଶ୍ବର ମହାଦେବଙ୍କୁ ରୁଦ୍ରାଭିଷେକ କରାଯାଇଥିଲା। କୁହାଯାଉଛି ଫେବୃୟାରୀ ମାସ ୨ ତାରିଖରେ ଏହା ଭାରତରେ ପହଞ୍ଚିବ।
ଦର୍ଶକବନ୍ଧୁଙ୍କ ଅବଗତି ପାଇଁ କହିଦେବାକୁ ଚାହୁଁ ଯେ, ଏହି ପ୍ରତୀମାର ନିର୍ମାଣ କାର୍ଯ୍ୟ ଓଡ଼ିଶାର ସ୍ଥପତିଙ୍କ ଦ୍ବାରା ସମ୍ପାଦିତ ହେବ। ସାରା ଭାରତ ଏହି ଭବ୍ୟ ପ୍ରତିମା ଓ ମନ୍ଦିର ପ୍ରତିଷ୍ଠାକୁ ଚାହିଁ ବସିଛି।
ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ମନ୍ଦିର ନିର୍ମାଣ ଆଗେଇ ଚାଲିଛି। ମନ୍ଦିରର କାର୍ଯ୍ୟ ୩ଟି ପର୍ଯ୍ୟାୟରେ ଚାଲିଛି। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଡିସେମ୍ବର ୨୦୨୩ ରେ ସମ୍ପନ୍ନ ହେବ। ଜାନୁୟାରୀ ୨୦୨୪ ମକର ସଂକ୍ରାନ୍ତିରେ ରାମଲାଲା ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବେ ବୋଲି କଣ୍ଟ ରହିଛି।