ତାପରେ ନାଗିନ ଡ୍ୟାନ୍ସ ନୁହେଁ ଦଣ୍ଡ ସ୍ୱରୁପ 100 ମିଟର ବେଙ୍ଗ ଡିଆଁ ଡେଇଁଥିଲେ ବରଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ । କୋରୋନା ଲକଡାଉନକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୌଣସି ଗହଳି କରିବାକୁ ପ୍ରଶାସନ ମନା କରିଥିବା ବେଳେ ଏହାକୁ ବେଖାତିର କରି ବିବାହ ଆୟୋଜନ କରାଯାଇଥିଲା । କୋରୋନାର କୌଣସି ନିୟମ ବି ମାନୁନଥିଲେ ଲୋକେ । ଏପରିସ୍ଥଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଗଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନେକ ଲୋକ ପୋଲିସକୁ ଦେଖି ଦୌଡି ପଳାଇଥିବା ବେଳେ କିଛି ଜଣ ପୋଲିସ ହାବୁଡରେ ପଡିଯାଇଥିଲେ ।
ଆଉ ସମସ୍ତଙ୍କୁ ବେଙ୍ଗ ଡିଆଁ କରିବାକୁ କହିଥିଲା ପୋଲିସ । ଏହାସହ ବିବାହ ଆୟୋଜନ ନକରିବାକୁ କଡା ଚେତାବନୀ ମଧ୍ୟ ଦେଇଥିଲା । ତେବେ ଏହି ଘଟଣାପରେ ଜିଲ୍ଲାରେ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ବିବାହ କରିବାକୁ ବ୍ୟାନ୍ କରାଯାଇଛି ।
More than 200 people were present in the wedding. The marriage was being organized in violation of order issued by the district magistrate. pic.twitter.com/IeB9Zv39UW — Free Press Journal (@fpjindia) May 20, 2021