ଦେଶର ଚର୍ଚ୍ଚିତ ସନ୍ନ୍ୟାସୀ ବାବା ବାଗେଶ୍ବର ଓରଫ୍ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମହୋଦୟଙ୍କ ସମର୍ଥନରେ ବାହାରିଛନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପରିଚିତ ସନ୍ଥ, ପଦ୍ମଶ୍ରୀ ବାବା ବଳିଆ। ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରଚଣ୍ଡ ହନୁମାନ ଭକ୍ତ କହିବା ସହ ତାଙ୍କ ଚମତ୍କାରୀତାକୁ ଭରସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ବାଗେଶ୍ବର କହିଲେ ପ୍ରଭୁ ହନୁମାନ। ଏବଂ ବାଗେଶ୍ବର ବାଲାଜୀଙ୍କ ଧାମକୁ ବାଗେଶ୍ବର ଧାମ ବୋଲି କୁହାଯାଉଛି। ଏଠାକର ସନ୍ଥ ଧୀରେନ୍ଦ୍ର ଶାସ୍ତ୍ରୀ ନିଜ ଗୁରୁଙ୍କ କୃପାରୁ ଆଗତ ଭବିଷ୍ୟତ କହିପାରୁଛନ୍ତି। ଏଣୁ ତାଙ୍କୁ ଦେଶ ଭଲରେ ଗ୍ରହଣ କରିବା କଥା। ଏହା ସନାତନ ପରମ୍ପରାର ଅଂଶ ବୋଲି ଆମକୁ ଧରିନେବାକୁ ପଡିବ।
ମନ୍ତ୍ରଶକ୍ତି ଆଉ ଧର୍ମର ଗୋଟିଏ ନିବିଡ ସମ୍ପର୍କ ରହିଛି। ଯାହାର ପ୍ରମାଣ ହେଉଛନ୍ତି ବାବା ବାଗେଶ୍ବର। ଯିଏ ଭକ୍ତଙ୍କ ସମସ୍ୟା ମୁହଁ ଦେଖି ଜାଣିପାରରୁଛନ୍ତି। ପାଖରେ ଥିବା ଖାତାରେ ସମସ୍ୟା ଓ ଏହାର ସମାଧାନ କଥା ଲେଖିପାରୁଛନ୍ତି। ତାଙ୍କର ଏହି କର୍ମ ମାଇଁଡ ରିଡିଂ ପଦ୍ଧତି ନଚେତ୍ ମ୍ୟାଜିକ ବା ହାତ ସଫେଇ ବୋଲି କେହି କେହି କହୁଥିଲେ। ହେଲେ ଏହାର ଚ୍ୟାଲେଞ୍ଜ କରିଥିଲେ, ବାବା। ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ବାରା ଚୟନ ହୋଇଥିବା ଜଣେ ମହିଳାଙ୍କୁ ଠିଆ କରେଇ ପରୀକ୍ଷା କରିବାକୁ ବ୍ୟବସ୍ଥା କରାଗଲା। ଆଉ ଶେଷରେ ଏହି ପରୀକ୍ଷାରେ ମଧ୍ୟ ପାସ କରିଥିଲେ ବାଗେଶ୍ବର ବାବା।
ଘଟଣା ପରେ ଏବେ ସାରା ଭାରତରେ ବାବାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତମାମ ସନାତନର ଧାର୍ମିକ ଗୁରୁମାନେ ବାବାଙ୍କ ସମର୍ଥନରେ ବାହାରୁଛନ୍ତି। ଆଉ ଆମ ବାବା ବଳିଆ ବି କହିଛନ୍ତି, ଯଦି ସେ ସତ୍ୟ ତା ହେଲେ ସର୍ବଦା ସତ୍ୟର ପୂଜାରୀ ହୋଇ ରହିବେ। ଏ କଥା ବି ସତ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।