ଶିଶୁ କନ୍ୟାର ଜେଜେ ମା’ ଓ ପଡୋଶୀ ପୂରା ଘର ଖୋଜିବା ପରେ ମାଇକ୍ରୋ ଓଭାନ ଭିତରେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା ବୋଲି ପଡୋଶୀ ଜଣକ ପୋଲିସକୁ ଫୋନ୍ କରି କହିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ତଦନ୍ତ ଜାରି ରଖିଛି। ଏହାସହ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଘଟଣାରେ ମୃତ ଶିଶୁକନ୍ୟାର ବାପା ଗୁଲସନ କୌଶିକ ଓ ମା’ ଡିମ୍ପଲ କୌଶିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ଶିଶୁର ମାଆ । ସେ ତାଙ୍କ କନ୍ୟା ସନ୍ତାନର ଜନ୍ମକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି । ଯାହା ଫଳରେ ସେ ଏପରି କରିଥିବା କୁହାଯାଉଛି। ରାତି ପ୍ରାୟ ୩.୧୫ ସମୟରେ ଗୋଟିଏ ଶିଶୁ କନ୍ୟାର ମୃତ୍ୟୁ ନେଇ ପୋଲିସକୁ ସୂଚନା ମିଳିଥିଲା । ଏବେ ସୁଦ୍ଧା ଘଟଣାରେ କାହାରିକୁ ଗିରଫ କରାଯାଇନି ।
ଦିଲ୍ଲୀରେ ଚାଞ୍ଚଲ୍ୟକର ଘଟଣା, ଓଭାନ ଭିତରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ରାତି ପ୍ରାୟ ୩.୧୫ ସମୟରେ ପୋଲିସ ଏକ କଲ ଆସିଲା। ଗୋଟିଏ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ମାଇକ୍ରୋ ଓଭାନ୍ ଭିତରୁ ଦୁଇ ମାସ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ସୂଚନାନୁସାରେ, ଦୁଇ ମାସର ଶିଶୁ କନ୍ୟା ମୃତ୍ୟୁ ସମ୍ପର୍କରେ ପ୍ରଥମେ ତାଙ୍କର ଜଣେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିବାନୁସାରେ, ପଡୋଶୀଙ୍କୁ ସନ୍ଦେହ ହୋଇଥିଲେ। ପରେ ସେ ଝରକା କାଚ ଭାଙ୍ଗି ଘରେ ପଶିଥିଲେ । ହେଲେ ସେଠାରେ ସେ ମହିଳା ଓ ତାଙ୍କ ପୁଅଙ୍କ ସହ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । କିନ୍ତୁ ଶିଶୁ କନ୍ୟାର କୌଣସି ଖୋଜ୍ ଖବର ନଥିଲା ।
Download Argus News App
