ସେ କହିଥିଲେ ରାଜ୍ୟର ବୁଲା କୁକୁରମାନଙ୍କୁ ଆସାମରେ ଛାଡି ଦିଆଯାଉ । ଆସାମରେ କୁକୁରମାନଙ୍କୁ ୮ ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେଠାରେ ବୁଲା କୁକୁରମାନଙ୍କର ଯଥେଷ୍ଟ ଡିମାଣ୍ଡ ରହିଛି । ବଚ୍ଚୁ କାଦୁ ଗତ କିଛିଦିନ ତଳେ ଆସାମ ପରିଭ୍ରମଣରେ ଯାଇଥିଲେ । ସେଠାରୁ ବୁଲା କୁକୁରମାନଙ୍କର ଗୁରୁତ୍ବ ଦେଖିବା ପରେ ରାଜ୍ୟସଭା ଆଲୋଚନାରେ ଏପରି ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟକୁ ପଶୁ ଅଧିକାରୀ କର୍ମୀମାନଙ୍କ ଦ୍ବାରା ନିନ୍ଦା ଏବଂ ସମାଲୋଚନା କରାଯାଇଥିଲା । ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ବୁଲା କୁକୁରମାନଙ୍କନେଇ ହେଉଥିବା ଅସୁବିଧା ଉପରେ ଟିପ୍ପଣୀ ରଖିଥିଲେ ଝାଡଖଣ୍ଡ ଏମଏଲଏ ବିରଞ୍ଚି ନାରାୟଣ । ସେ କହିଥିଲେ ରାଜ୍ୟରେ ବୁଲାକୁକୁର ମାନଙ୍କ ସଂଖ୍ୟା ବଢିଯିବାରୁ ସେମାନେ ପ୍ରତିଦିନ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାର କରିପାରୁନାହାନ୍ତି ରାଜ୍ୟ ସରକାର । ନାଗାଲାଣ୍ଡ ଲୋକମାନଙ୍କୁ ଡକାଯାଉ, ଆପେଆପେ ସମାଧାନ ବାହାରିଯିବ ବୋଲି ସେ କହିଥିଲେ ।

ଅର୍ଗସ ବ୍ୟୁରୋ : ରାଜ୍ୟର କୁକୁରମାନଙ୍କୁ ଆସାମ ପଠାଯାଉ । ସେଠାରେ ସେମାନଙ୍କୁ ବ୍ୟବହାର କରାଯାଇପାରିବ । ଏମିତି ଏକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ମହାରାଷ୍ଟ୍ରର ଏମଏଲଏ ତଥା ପ୍ରହାର ଜନଶକ୍ତି ପାର୍ଟିର ମୂଖ୍ୟ ବଚ୍ଚୁ କାଦୁ । ରାଜ୍ୟସଭାରେ ଚାଲିଥିବା ଏକ ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଥିଲେ ବଚ୍ଚୁ କାଦୁ । ଏହି ପ୍ରସଙ୍ଗରେ ରାଜ୍ୟରେ ବୁଲା କୁକୁରମାନଙ୍କୁ ନେଇ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାକୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ ବଚ୍ଚୁ କାଦୁ ।

ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର
