ତେବେ ଏହି ମହାମାରୀ ପୂର୍ବରୁ ଥିବା ଭୂତାଣୁରୁ ଆସିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଅର୍ଥାତ୍ ବର୍ତ୍ତମାନ ସମୟରେ ଥିବା କିଛି ଭୂତାଣୁରୁ ଏହି ଏକ୍ସ ମହାମାରୀ ସୃଷ୍ଟି ବୋଲି କହିଛନ୍ତି ଡେମ କେଟ୍ ବିଙ୍ଗହମ୍। କୋଭିଡରେ ଅନେକ ଲୋକ ସୁସ୍ଥ ହୋଇଥିଲେ। କିନ୍ତୁ ଡିଜିଜ୍ X, ମିଳିମିଳା ଭଳି ସଂକ୍ରାମକ ଏବଂ ଇବୋଲା ଭଳି ୬୭% ମୃତ୍ୟୁହାର କରାଇପାରେ। ବିଶ୍ୱରକୌଣସିସ୍ଥାନରେ ଏହା ଶୀଘ୍ର କିମ୍ବା ବିଳମ୍ବରେ ଆସିପାରେ। ଏଥିରେ ସଂକ୍ରମିତ ହେଲେ ଧୀରେ ଧୀରେ ଏଥିରେ ଲୋକେ ଅସୁସ୍ଥ ଅନୁଭବ କରିବେ ଏବଂ ଭୂତାଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଆସ୍ତେ ଆସ୍ତେ ନଷ୍ଟ କରିଦେବ।
ତେବେ ବରତ୍ମାନ ପାଇଁ ଏହି X ଡିଜିଜର ଭୂତାଣୁ କେଉଁ ଭୂତାଣୁର ଏକ ଅଂଶ ତାହାକୁ ନେଇ ରିସର୍ଚ ଆରମ୍ଭ ହୋଇଛି। କାରଣ ପ୍ରାୟ ୨୫ ପ୍ରକାର ଭୂତାଣୁ ର ମଯୁଟେସନ ହେବାରେ ଲାଗିଛି ଏବଂ ପ୍ରତି ଥର ଏହା ଅଧୀକରୁ ଅଧିକ ସଂକ୍ରମକ ହେବାରେ ଲାଗିଛି। ତେଣୁ ସ୍ଥିତକୁ ଦେଖି ଗବେଷକ ମାନେ ମଣିଷକୁ ସଂକ୍ରମିତ କରୁଥିବା ପଶୁ ଭୂତାଣୁ ଏବଂ ଦ୍ରୁତଗତିରେ ବ୍ୟାପୁଥିବା ବିଭିନ୍ନ ଭୂତାଣୁ ଉପରେ ଅନୁଧ୍ୟାନ କରିଛନ୍ତି। ଜେଉଁ ପାଥୋଜେନ ଉପରେ ରିସର୍ମଚ ଚାଲିଛି ତା ମଧ୍ୟରେ ବାର୍ଡ ଫ୍ଲୁ, ମଙ୍କିପକ୍ସ ଏବଂ ହାଣ୍ଟାଭାଇରସ୍ ଅଛି, ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୁଏ।ତେବେ କରୋନାର ଭଯାବହତା ପରେ ପୁଣି ଥରେ ଆଉ ଏକ ବଡ ମହାମାରୀ ବିଶଆବକୁ ଗ୍ରାସ କରିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ମାନ ଚିନ୍ତାରେ। ୧୯୧୮-୧୯ କୋଭିଡ ମହାମାରୀରେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ପାଣ୍ଡାମିକରେ ସମାନ ବା ତା ଠାରୁ ଅଧିକ ଘାତକ ପରିସ୍ଥିତି ଉପୁଜିପାରେ ବୋଲି ମଧଯ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: