ରାଜଧାନୀରେ ହୋଇଥିବା ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଗତକାଲି ନୂଆଦିଲ୍ଲୀର ରାଜପଥରେ କଳାହାଣ୍ଡି ପ୍ରତିଭା ଅନୁଷ୍ଠାନର କଳାକାର ବଜାସାଲ ନୃତ୍ୟ ପରିବେଷଣ କରିଥିଲେ। ଗତକାଲି ନିଜର ନୃତ୍ୟ ପରିବେଷଣ ପରେ ସେମାନେ ଆସିଲା ବାଟରେ ଲଲକିଲ୍ଲା ସାମ୍ନାରେ ଫସି ଯାଇଥିଲେ। ପାଖାପାଖି 5 ଘଣ୍ଟା ଭିଡରେ ଫସିବା ପରେ ସେମାନେ ସେଠାରୁ ଦିଲ୍ଲୀ ପୋଲିସର ସହଯୋଗରେ ବାହାରକୁ ଆସିଥିଲେ। ପିଲାମାନଙ୍କ ପରିବାର ବର୍ଗ ଏହି ଖବର ଶୁଣିବା ପରେ ବ୍ୟସ୍ତ ହୋଇ ପଡ଼ିଥିବାର ସେମାନେ କହିଛନ୍ତି।
ବାହାରେ କଣ ଘଟଣା ହୋଇଛି ସେମାନେ ଜାଣି ପାରି ନଥିବା କହିଛନ୍ତି। ସେମାନେ ଯଉଁ ବସରେ ଥିଲେ, ସେଠାରେ ଇଣ୍ଟରନେଟ କାମ କରୁନଥିଲା। ସେଥିପାଇଁ ସେମାନେ କିଛି ଜାଣି ପାରି ନଥିବା କହିଛନ୍ତି। ଏବେ ପିଲାମାନେ ସୁରକ୍ଷାରେ ରହିଥିବା ସହ ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା ହୋଇଥିବା ସେମାନେ କହିଛନ୍ତି।