ଅଜଣା ନାୟକଙ୍କୁ ଉଚିତ ମାନ୍ୟତା ଦେବାର ପ୍ରୟାସ ଶିକ୍ଷା ମନ୍ତ୍ରୀ ବନିବାର ବହୁ ପୂର୍ବରୁ ଆରମ୍ଭ କରିସାରିଛନ୍ତି ଧର୍ମେନ୍ଦ୍ର । ଏ ଦିଗର ତାଙ୍କର ଏକ ଉଲ୍ଲେଖନୀୟ ଉଦ୍ୟମ ଥିଲା ପାଇକ ବିଳ୍ପବକୁ ମାନ୍ୟତା। ତାଙ୍କର ପ୍ରୟାସ ଯୋଗୁଁ ଇତିହାସ ଗର୍ଭରେ ଲୁଚିଯାଇଥିବା ପାଇକ ବିଦ୍ରୋହକୁ ଖୋଜି ବାହାର କରିଥିଲା ମୋଦି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତକାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିବା ପରେ ପାଇକବିଦ୍ରୋହର 200 ବର୍ଷ ପାଳନ ପାଇଁ ବଜେଟରେ ହୋଇଥିଲା ସ୍ବତନ୍ତ୍ର ବ୍ୟୟବରାଦ ।
ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀରୁ ପାଇକ ବିପ୍ଳବର ଦୁଇ ଶତାଦ୍ଦୀ ସମାରୋହର କରିଥିଲେ ଉଦଘାଟନ । ପାଇକ ବିପ୍ଳବର ମୂଳମାଟି ଖୋର୍ଦ୍ଦାର ବରୁଣେଇ ପାହଡ ତଳେ ପାଇକ ସ୍ମାରକୀର ଶୁଭ ଦେଇଥିଲେ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ତଥା ସଂଘର୍ଷର କାହାଣୀ ଏନସିଇଆରଟି ପୁସ୍ତକରେ ସ୍ଥାନ ପଇବ ବୋଲି ନିକଟରେ ସମ୍ବଲପୁର ଗସ୍ତବେଳେ ଘୋଷଣା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ସମୟରେ ପାଇକ ବିପ୍ଳବର ନାୟକଙ୍କ ପରିବାର ବର୍ଗଙ୍କୁ ରାଜଭବନକୁ ଡକାଇ କରିଥିଲେ ସମ୍ମାନିତ । ପାଇକ ବିପ୍ଳବ ହେଉଛି ଦେଶର ପ୍ରଥମ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ସଂସଦରେ ଏହାର ଦସ୍ତାବିଜ୍ ରଖିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ୍ ରେଡ୍ଡି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ପାଇକ ବିପ୍ଳବର କାହାଣୀ ଏନସିଆରଟି ପାଠ୍ୟକ୍ରମରେ ହୋଇଛି ସାମିଲ ।