କନଫରେନ୍ସିଂରେ ଫ୍ଲାଗ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ମୋଦି । ପୁରୀ ଓ କଟକ ରେଳ ଷ୍ଟେସନର ପୁନଃ ଉନ୍ନତିକରଣ ସହ ବିଛୁପାଲି-ଝରତରଭା ନୂଆ ଲାଇନ ସଂଯୋଗୀକରଣର ଉଦଘାଟନ କରିବେ ପିଏମ ମୋଦି । ଏହାସହ ସମ୍ବଲପୁର ଟିଟିଲାଗଡ଼ ରେଳପଥର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ନୂଆ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ, ରାଜ୍ୟରେ ରେଲ ନେଟୱର୍କର 100 ପ୍ରତିଶଥ ବିଦ୍ୟୁତିକରଣର କାର୍ଯ୍ୟର ଉଦଘାଟନ କରିବେ ପିଏମ୍ ମୋଦି । ପୁରୀ-ହାୱଡା ମଧ୍ୟରେ ସପ୍ତାହକୁ 6 ଦିନ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ସକାଳ 6ଟା 10ରେ ହାୱଡ଼ାରୁ ବାହାରି ଦିନ 12ଟା 25ରେ ପୁରୀରେ ପହଞ୍ଚିବ ଟ୍ରେନ । ପରେ ଅପରାହଣ 1ଟା 50ରେ ପୁରୀରୁ ଛାଡ଼ିବା ସହ ସଂଧ୍ୟା 8.30ରେ ହାୱଡ଼ାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର ଓ ଖଡଗପୁର ଷ୍ଟେସନରେ ଦୁଇ ମିନିଟ ଲେଖାଏଁ ରହିବ ଏହି ଟ୍ରେନ । ଏହି ଟ୍ରେନ ଚଳାଚଳ ହେଲେ ହାୱଡ଼ା ଓ ପୁରୀ ମଧ୍ୟରେ ଦୁଇ ଘଣ୍ଟା କମିବ ବ୍ୟବଧାନ । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ସେପଟେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍। ପ୍ରତି କୋଚ୍ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ଟ୍ରେନ୍ରେ ରହିଛି ବାୟୋ ଭାକ୍ୟୁମ୍ ଟଏଲେଟ୍ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର