ତେବେ ଆସନ୍ତୁ ଜାଣିବା ମେ ମାସର କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ...
ମେ 1(ସୋମବାର)- ଶ୍ରମିକ ଦିବସ,ମେ ଡେ, ମହାରାଷ୍ଟ୍ର ଦିବସ
ମେ 5 (ଶୁକ୍ରବାର)- ବୁଦ୍ଧ ପୂର୍ଣ୍ଣିମା-ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଆସାମ, ବିହାର, ଗୁଜରାଟ, ଅରୁଣାଚଳପ୍ରଦେଶ, ଛତିଶଗଡ ।
ମେ 7- ରବିବାର
ମେ 9 (ମଙ୍ଗଳବାର)- ରବିନ୍ଦ୍ରନାଥ ଟାଗୋର ଜନ୍ମଦିନ
ମେ 13- ଦ୍ୱିତୀୟ ଶନିବାର
ମେ 14- ରବିବାର
ମେ 16(ମଙ୍ଗଳବାର)- ସିକିମ ଷ୍ଟେଟ୍ ଡେ
ମେ 21-ରବିବାର
ମେ 22(ସୋମବାର)-ମହାରଣା ପ୍ରତାପ ଜୟନ୍ତୀ-ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ
ମେ 24(ବୁଧବାର)- କାଜି ନଜରୁଲ୍ ଇସଲାମ୍ ଜୟନ୍ତୀ-ତ୍ରିପୁରା
ମେ 27- ଚତୁର୍ଥ ଶନିବାର
ମେ 28- ରବିବାର
ଯଦିଓ ବ୍ୟାଙ୍କଗୁଡିକ 12 ଦିନ ବନ୍ଦ ରହିବ...କିନ୍ତୁ ଗ୍ରାହକମାନେ ଚିନ୍ତିତ ହେବା ଦରକାର ନାହିଁ । କାରଣ ଅନଲାଇନ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ସବୁଦିନ ଭଳି ଉପଲବ୍ଧ ହେବ । ଗ୍ରାହକମାନେ ଫିଜିକାଲ୍ଲି ବ୍ୟାଙ୍କରୁ ନଗଦ ଜମା ଏବଂ ଟଙ୍କା ଉଠାଇ ପାରିବେ ନାହିଁ କିନ୍ତୁ ବ୍ୟାକିଂ ଇଣ୍ଟରନେଟ୍ ସେବାଗୁଡିକ ପୂର୍ବ ପରି ଉପଲବ୍ଧ ରହିବ । ଯେଉଁଥିରେ ସେମାନେ ତାଙ୍କ କାର୍ଯ୍ୟ ତୁଲାଇ ପାରିବେ।
ଆରବିଆଇ ବ୍ୟାଙ୍କ ଛୁଟିଦିନକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଛି - ଜାତୀୟ ଛୁଟିଦିନ(national holiday ) ଏବଂ ସରକାରୀ ଛୁଟିଦିନ(govt holiday) । ଜାତୀୟ ଛୁଟିଦିନରେ ତିନୋଟି ପ୍ରମୁଖ ଦିନ ଅନ୍ତର୍ଭୁକ୍ତ: ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ମହାତ୍ମା ଗାନ୍ଧୀ ଜୟନ୍ତୀ । ଏହି ଦିନ, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକ ବନ୍ଦ ରୁହେ ।
ସେହିପରି ସରକାରୀ ଛୁଟି ଗୁଡିକ ରାଜ୍ୟ ସରକାରୀ ବ୍ୟାଙ୍କ ଛୁଟି ଏବଂ କେନ୍ଦ୍ର ସରକାରୀ ବ୍ୟାଙ୍କ ଛୁଟି ଭାବରେ ବିଭକ୍ତିକରଣ କରାଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଛୁଟି ସମଗ୍ର ଦେଶରେ ପାଳନ କରାଯାଉଥିବାବେଳେ ରାଜ୍ୟ ସରକାରୀ ବ୍ୟାଙ୍କ ଛୁଟି ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ପ୍ରଯୁଜ୍ୟ ।
ଏହାବାଦ ଜାତୀୟ ତଥା ସରକାରୀ ଛୁଟିଦିନ ସହିତ ଭାରତର ବ୍ୟାଙ୍କଗୁଡିକ ମଧ୍ୟ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ । ଯଦି ଏକ ନିର୍ଦ୍ଦିଷ୍ଟ ମାସର ପାଞ୍ଚଟି ଶନିବାର ପଡେ । ତେବେ ପଞ୍ଚମ ଶନିବାର ବ୍ୟାଙ୍କ ଗୁଡ଼ିକ ପାଇଁ ଏକ କାର୍ଯ୍ୟ ଦିବସ ।
ଆହୁରି ପଢନ୍ତୁ ଅର୍ଥନୀତି ଖବର...