ବାଂସୁରୀ କହିଛନ୍ତି, ମୁଁ ଆଇନଗତ ମାମଲାରେ ଦଳକୁ ଅନେକ ଥର ସାହାଯ୍ୟ କରିଛି। ହେଲେ ଏବେ ମୋତେ ଏହାର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବାରୁ ମୁଁ ବେଶ୍ ଆନନ୍ଦିତ। ସହ-ସଂଯୋଜିକା ଭାବରେ ମୁଁ କ୍ଷମତା ପାଇବା ପରେ ଏହା ଦଳକୁ ମୋ ତରଫରୁ ଅଧିକ ସହାୟତାର ସୁଯୋଗ ସୃଷ୍ଟି କରିବ।
୨୦୧୯, ଅଗଷ୍ଟ ମାସ ୬ ତାରିଖରେ ସୁଷମାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପରେ ପରେ ଝିଅ ବାଂଶୁରୀ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ସେ ସମୟରେ ସୁଷମାଙ୍କ ପରିବାର ପକ୍ଷରୁ ଏମିତି କୌଣସି ନିଷ୍ପତ୍ତି କଥା କୁହାଯାଇ ନ ଥିଲା। ଝିଅ ବାଂଶୁରୀଙ୍କ ନାମ କରଣକୁ ନେଇ ମଧ୍ୟ ସୁନ୍ଦର କଥା ଶୁଣିବାକୁ ମିଳେ। ସୁଷମା ଥିଲେ ପ୍ରଚଣ୍ଡ କୃଷ୍ଣ ଭକ୍ତ। ଭଗବାନ କୃଷ୍ଣଙ୍କ ବଂଶୀ ସବୁଠାରୁ ପ୍ରିୟ ହୋଇଥିବା ବେଳେ ସେ ନିଜ ଝିଅର ନାଁ ବାଂଶୁରୀ ରଖିଥିଲେ।
I am grateful to the Hon'ble PM @narendramodi ji, @AmitShah ji, @JPNadda ji, @blsanthosh ji, @Virend_Sachdeva ji, @BJP4Delhi and @BJP4India for giving me this opportunity to serve the party as the state co-convenor of the Bharatiya Janata Party Delhi State Legal Cell. pic.twitter.com/ItS4to99hn — Bansuri Swaraj (@BansuriSwaraj) March 26, 2023