ପାରମ୍ପାରିକ ଶଙ୍ଖ ଧ୍ବନୀ ଓ ଘୋଡା ନାଚ ସହ ଭାରତ ଓ ଦକ୍ଷିଣଆଫ୍ରିକାର ପ୍ଲେୟାର ଓ ଟିମ ଷ୍ଟାଫ୍ ମାନଙ୍କୁ ସ୍ବାଗତ କରି ନିଆଯାଇଥିଲା ହୋଟେଲକୁ । ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ଏଥର ରହିଛନ୍ତି ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ । ଖେଳାଳି ପହଁଚିବା ପୂର୍ବରୁ ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।
ଏପଟେ ବାରବାଟୀରେ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ଲେୟାର ଯିବା ଆସିବା ଓ ମ୍ୟାଚ ଆୟୋଜନ ନେଇ ହୋଇଛି ସରିଛି ସମସ୍ତ ପ୍ରକାର ବନ୍ଦୋବସ୍ତ । ଏଥିପାଇଁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ କରାଯାଇଥିଲା ମକ ଡ୍ରିଲ୍ । ଡିଜିପି, ପୋଲିସ କମିଶନରଙ୍କ ସହ କଟକ ଡିସିପି , ଜିଲ୍ଲାପାଳ ଓ ସିଏମସି କମିଶନର ବାରବାଟୀ ବୁଲି କରିଥିଲେ ମ୍ୟାଚର ସମସ୍ତ ପ୍ରସ୍ତୁତିର ସମୀକ୍ଷା ।
ସେପଟେ ଆଜି ଦୁଇ ଦେଶର ପ୍ଲେୟାର ଭୁବନେଶ୍ବରରେ ପହଞ୍ଚି ବିଶ୍ରାମ କରିବେ । ବିଶେଷ କରି ଖେଳାଳିମାନେ କ’ଣ ଖାଇବେ ସେନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଖାସ କରି ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ । ଆସନ୍ତାକାଲି ଅର୍ଥାତ ଜୁନ ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।