ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଇନସପେକ୍ଟର ଏମସି ଶର୍ମାଙ୍କ ହତ୍ୟା ପାଇଁ ଆରଜିକୁ ଏହି ଦଣ୍ଡ ମିଳିଛି। 2008 ମସିହା ସେପ୍ଟେମ୍ୱରରେ ବାଟଲା ହାଉସ ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କ ନିହତ ହୋଇଥିଲେ।
ଏନକାଉଣ୍ଟର ସମୟରେ ଆରିଜ ଖାନ ସେଠାରୁ ଖସି ପଳାଇବା ସହ ମୋହନ ଚାନ୍ଦ ଶର୍ମାଙ୍କୁ ଗୁଳି କରିଥିଲା। ସେପ୍ଟେମ୍ୱର 13ରେ ହୋଇଥିବା ସିରିୟଲ ବମ ବ୍ଲାଷ୍ଟିଂରେ ବାଟଲା ହାଉସ ଏନକାଉଣ୍ଟରେ ମୃତ ଆତଙ୍କୀଙ୍କ ହାତ ରହିଥିଲା।