ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ବିସିସିଆଇର ଜଣେ ପଦାଧିକାରୀ କ୍ରମାଗତ ୨ ଥର ଅର୍ଥାତ ୬ ବର୍ଷ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ । ବୋର୍ଡର ସମ୍ବିଧାନରେ ଏହାକୁ କୁଲିଂ ଅଫ୍ ପିରିୟଡ କୁହାଯାଏ । 2018ରେ କୁଲ୍ ଅଫ୍ ପିରିୟଡ୍ ସମ୍ପର୍କରେ ଲୋଡା କମିଟି ସୁପାରିଶ କରିଥିଲା । ପରେ ସେଗୁଡିକ କାର୍ଯ୍ୟକାରୀ କରାଯାଇଥିଲା । ଯଦି କୌଣସି ପଦାଧିକାରୀ ପ୍ରଥମେ ଷ୍ଟେଟ୍ ବଡିରେ ୩ ବର୍ଷ ରୁହନ୍ତି, ତେବେ ସେ ଆଉ ୩ ବର୍ଷ ବୋର୍ଡରେ ରହିପାରିବେ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।
ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରିଛି ବିସିସିଆଇ

ଅର୍ଗସ୍ ବ୍ୟୁରୋ : ବଢ଼ିଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଧ୍ୟ ଅନୁମତି ମିଳିଛି । ଆସନ୍ତା ୩ ବର୍ଷ ଯାଏ ଗାଙ୍ଗୁଲି ଏବଂ ଜୟ ଶାହା ନିଜ ପଦରେ ରହି ପାରିବେ । ଉଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ଆବେଦନକୁ ଅନୁମୋଦନ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟରେ ବିସିସିଆଇ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି ।
Download Argus News App
