ଏହାପରେ ନୂତନ ଚୟନ କମିଟି ଗଠନ ନେଇ ପ୍ରକ୍ରିୟା ଜାରି ରହିଥିଲା। ପୂର୍ବ ଚୟନ କମିଟିର ଅଧ୍ୟକ୍ଷ ହିଁ ଚେତନ ଶର୍ମା ଥିଲେ। ଓଡ଼ିଶା ପାଇଁ ,କ ଗୌରବର ବିଷୟ ଯେ, ନୂତନ ଚୟନକର୍ତ୍ତା କମିଟିରେ ଅଭିଜ୍ଞ ପୂର୍ବତନ କ୍ରିକେଟର ଶିବ ସୁନ୍ଦର ଦାସ ସାମିଲ ହୋଇଛନ୍ତି।
୪୩ବର୍ଷୀୟ ଶ୍ରୀ ଦାସ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ହଜାରରୁ ଅଧିକ ରନ କରିଛନ୍ତି। ଅଧ୍ୟକ୍ଷ ଭାବେ ପୁଣି ଥରେ ଚେତନ ଶର୍ମାଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିଛି। ୨୦୨୨ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆ ଖରାପ ପ୍ରଦର୍ଶନ କରିଥିବା ଯୋଗୁ ବିସିସିଆଇ ସିଲେକ୍ସନ କମିଟି ହଟାଇଦେଇଥିଲା। ଏହାପରଠାରୁ ହିଁ ନୂଆ କମିଟି ଗଠନ ପାଇଁ ସନ୍ଧାନ ଜାରିଥିଲା। ଆଜି ନୂଆ କମିଟିର ଘୋଷଣା କରାଯାଇଛି। ଏହି କମିଟିରେ ଅଧ୍ୟକ୍ଷ ଚେତନ ଶର୍ମା ଥିବାବେଳେ ଶିବସୁନ୍ଦର ଦାସ, ସୁବ୍ରତୋ ବାନାର୍ଜୀ, ସଲିଲ ଅଙ୍କୋଲା, ଶ୍ରୀଧରନ ଶରଥ ପ୍ରମୁଖ କମିଟି ମେମ୍ବର ହୋଇଛନ୍ତି।
ଏବେ ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ଟି-ସିରିଜ ଖେଳୁଛି। ଏହାପରେ ଓ୍ବାନଡେ ସିରିଜ ବି ଅଛି। ଆଗକୁ ନ୍ୟୁଜିଲାଣ୍ଡ ସିରିଜ ପାଇଁ ଟିମ ଚୟନ କରିବା ନୂଆ ଚୟନ କମିଟି ପାଇଁ ଏକ ବଡ଼ କାମ। ଏହାସହିତ ଟି-୨୦ ଫର୍ମାଟ ପାଇଁ ନୂଆ କ୍ୟାପଟେନ ସିଲେକ୍ସନ କରାଯିବ। ଏହା ନୂଆ ଚୟନ କମିଟି ମେମ୍ବରଙ୍କର ଏକ ବଡ଼ ନିଷ୍ପତ୍ତି ହେବ।
କ୍ରୀଡା ଖବର ଆହୁରି ପଢନ୍ତୁ