ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ମହିଳା କ୍ରିକେଟକୁ ଭଲ ଭାବେ ଗୁରୁତ୍ୱ ନଦେଇ ଅଣଦେଖା କରୁଛି ବୋଲି ମତ ଦେଇଛନ୍ତି ବିସିସିଆଇ ଆପେକ୍ସ କାଉନସିଲର ସଦସ୍ୟା ତଥା ଭାରତର ପୂର୍ବତନ ମହିଳା ଦଳର ଚୟନକର୍ତ୍ତା ଲୋପାମୁଦ୍ରା ଭଟ୍ଟାଚାର୍ଯ୍ୟ କହିଛନ୍ତି । ତାଙ୍କ ମତ ଅନୁସାରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବାତିଲ ହେବାପରେ ବିସିସିଆଇ ଏବେ ଆଇପିଏଲ ପ୍ରସ୍ତୁତିରେ ଜୋରଦାର ଲାଗିଛି । ଏହି ପରିପ୍ରେକ୍ଷୀରେ ମହିଳା କ୍ରିକେଟକୁ କିଛି ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛନ୍ତି ଲୋପାମୁଦ୍ରା ଭଟ୍ଟାଚାର୍ଯ୍ୟ । ସେପ୍ଟେମ୍ବର ମାସରେ ଭାରତୀୟ ମହିଳା ଦଳ ଟ୍ରାଇ ସିରିଜ ଇଂଲଣ୍ଡରେ ଖେଳିବାକୁ ଥିଲା ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି ।
ପୂର୍ବତନ ଜାତୀୟ ମହିଳା ଚୟନକର୍ତ୍ତା ଲୋପାମୁଦ୍ରା ଭଟ୍ଟାଚାର୍ଯ୍ୟ କହିଛନ୍ତି, "ଇସିବି ସୁରକ୍ଷିତ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପରିଚାଳନା କରୁଛି । ତେବେ ସୁରକ୍ଷା ଦୃଷ୍ଟିରୁ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଯାତ୍ରା କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ବିସିସିଆଇ ଆପେକ୍ସ କାଉନସିଲର ସଦସ୍ୟା ତଥା ଭାରତର ପୂର୍ବତନ ଅଧିନାୟକା ଶାନ୍ତି ରଙ୍ଗସ୍ୱାମୀ କହିଛନ୍ତି ଯେ ଇଂଲଣ୍ଡ ଗସ୍ତ କରାଇବା ଦ୍ୱାରା ଦଳର ବିଶ୍ୱକପ ପାଇଁ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ ।
ବିଶ୍ୱକପ ଯାହାକି ୨୦୨୧ରେ ନ୍ୟୁଜିଲାଣ୍ଡରେ ଖେଳାଯିବ । ଦୀର୍ଘ ଦିନ ପରେ ଧୀରେ ଧୀରେ ଖେଳାଳିମାନେ ପଡିଆକୁ ଫେରୁଥିବାରୁ ସେମାନଙ୍କୁ ତାଙ୍କ ଲୟରେ ପଂହଚିବାକୁ ଅତି କମରେ ଛଅ ସପ୍ତାହ ଆବଶ୍ୟକ ହେବ । ତାଙ୍କ ପାଇଁ ମହିଳା କ୍ରିକେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ପରିସ୍ଥିତି ଏପରି ଯେ ସେ ବିସିସିଆଇ ଉପରେ ଚାପ ପକାଇ ପାରିବି ନାହିଁ ।
ସେହିପରି ଭାରତର ପୂର୍ବତନ ଅଧିନାୟକା ତଥା ସମୀକ୍ଷକ ଅଞ୍ଜୁମ ଚୋପ୍ରା ମଧ୍ୟ ଅନୁଭବ କରୁଛନ୍ତି ଯେ ମହିଳା ଦଳର ଖେଳାଳିଙ୍କୁ ତାଙ୍କ ଲୟକୁ ଫେରାଇ ଆଣିବା ପାଇଁ ଏହି ଇଂଲଣ୍ଡ ଟୁର ହୋଇଥିଲେ ଏକ ଭଲ ସୁଯୋଗ ହୋଇଥାନ୍ତା । ଏହା ସହ ବର୍ତ୍ତମାନ ଅହମ୍ମଦାବାଦ ଏବଂ ଧର୍ମଶାଳାରେ ମହିଳା ଖେଳାଳିଙ୍କ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ କରିଦେବା ଦରକାର ବୋଲି ଅଞ୍ଜୁମ ଚୋପ୍ରା ମତ ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ଭିତରୁ ଜଣେ ହେଉଛନ୍ତି କରୀନା କପୁର ଖାନ। 43 ବର୍ଷ ବୟସରେ ପାଦ ଥାପିଛନ୍ତି କରିନା। ଆଉ ତାଙ୍କ ଜନ୍ମଦିନକୁ ସ୍ପେଶିଆଲ କରବା ପାଇଁ ତାଙ୍କ ଭଉଣୀ କରିସ୍ମା କପୁର ପଟୌଦୀ ପ୍ୟାଲେସରେ କେକ୍ କାଟି ତାଙ୍କ ବର୍ଥ ଡେ' କୁ ସେଲିବ୍ରେଟ କରୁଥିବାର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବେବୋ।
ଅନେକ ହିଟ୍ ମୁଭି ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଉ ଆଜି ତାଙ୍କ ଜନ୍ମଦିନରେ ଓଟିଟିରେ ଏକ ଏପିସୋଡ `ଜାନେ ଜାନ' ରିଲିଜ ହୋଇଛି। ଯେଉଁଠାରେ କରିନା ମାୟା ଭୂମିକାରେ ନଜର ଆସିଛନ୍ତି। 2000 ମସିହାରେ ଅଭିଷେକ ବଚ୍ଚନଙ୍କ ସହ ରେଫ୍ୟୁଜିରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଏଥିରେ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମକରି ଦର୍ଶକଙ୍କୁ ନିଜର ଆକ୍ଟିଂର ଯାଦୁରେ ବାନ୍ଧି ରଖିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ରାଜନୈତିକ ଆକ୍ରୋଶରୁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସମ୍ପାଦକୀୟ ଲେଖି ବିଜେଡିକୁ ଟାର୍ଗେଟ୍ କରିଥିଲେ ସୌମ୍ୟ । ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଗତ କିଛି ଦିନ ଧରି ସୌମ୍ୟ ପଟ୍ଟନାୟକ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ । ଏନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଯେତେବେଳେ ଚୁପ୍ ଥିଲେ ସେତେବେଳେ ଗେହ୍ଲା ପୁଅ ଥିଲେ ସୌମ୍ୟ । ମୁହଁ ଖୋଲିବାରୁ ସୌମ୍ୟଙ୍କ ବିରୋଧରେ ହେଲା ଆକ୍ସନ୍। ଜବାବ ବି ରଖିବ କି ବିଜେଡି ? ।
ସେପଟେ ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଛନ୍ତି । କୁବୋଟା କେଳେଙ୍କାରୀ ଓ ଚାଷୀଙ୍କ ଟଙ୍କା ହରିଲୁଟ୍ ନେଇ ସାଘାଂତିକ ଅଭିଯୋଗ ରହିଛି ସୁଧାଂଶୁଙ୍କ ନାଁରେ । ଚାଷୀ କେଳେଙ୍କାରୀ ସାମ୍ନାକୁ ଆଣିଥିଲା ଅର୍ଗସ । 18 କୋଟି ଟଙ୍କାର ସ୍କାମ୍ ନେଇ ବାରମ୍ବାର ଅର୍ଗସ ଖବର ପ୍ରସାରଣ କରିଥିଲା । ଆକ୍ସନ୍ ନହେବା ପାଇଁ ପ୍ରଥମେ ଚାପ ପଡୁଥିଲା ଉପରୁ । ଏବେ ସୁଧାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କାନାଡାରେ ଆଉ ଜଣେ ଖାଲିସ୍ତାନୀ ସମର୍ଥକର ପ୍ରାଣ ଯାଇଛି । ଗ୍ୟାଙ୍ଗଷ୍ଟାରରୁ ଖାଲିସ୍ତାନୀ ପ୍ରତିବାଦକାରୀ ସାଜିଥିବା ସୁଖଦୋଲ ସିଂ ଗ୍ୟାଙ୍ଗ ୱାରରେ ଜୀବନ ହାରିଛି। ସମାନ ଘଟଣାରେ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜାରର ମୃତ୍ୟୁ ହୋଇଥିଲା। ଜୁନ ୧୯ ତାରିଖ ଦିନ ୧୫ରୁ ଅଧିକ ଗୁଳି ମାରି ତାଙ୍କୁ ହତ୍ୟା କରାଯାଇଥିଲା । ଠିକ ସେହିଭଳି ସୁଖଦୋଲ ସିଂକୁ ଗଳିକରି ହତ୍ୟା କରାଯାଇଛି ।
ସୂଚନା ମୁତାଵକ ପଞ୍ଜାଵର ମୋଗା ଜିଲ୍ଲାରେ ରହୁଥିଵା ଏହି ଖାଲିସ୍ତାନୀ ସମର୍ଥକ ଭାରତରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା । ୨୦୧୭ ମସିହାରେ ସେ ନକଲି ଭିସା ଵ୍ୟଵହାର କରି କାନାଡା ଯାଇଥିଲା । ଭାରତ ପକ୍ଷରୁ ଜାରି ହୋଇଥିଵା ୨୯ ଜଣ ଗ୍ୟାଙ୍ଗଷ୍ଟାରଙ୍କ ସୂଚୀରେ ସୁଖଦୋଲ ସିଂ ପ୍ରଥମରେ ଥିଲା । ଭାରତର ଅଧିକାଶଂ ଗ୍ୟାଙ୍ଗଷ୍ଟାର ଶରଣାର୍ଥୀ ଭାବେ କାନାଡାରେ ଵସ ଵାସ କରୁଛନ୍ତି ଓ ପରଵର୍ତ୍ତୀ ସମୟରେ ଭାରତ ଵୀରୋଧି ଖାଲିସ୍ତାନୀ ଗତିଵିଧିକୁ ପ୍ରୋତ୍ସାହନ କରୁଛନ୍ତି ।
ଆହୁରି ପଢନ୍ତୁ ବିଦେଶ ଖବର...