ଦୋଳିରେ ଟିକେ ଝୁଲିବା ପାଇଁ ଭାଲୁ ମାନଙ୍କ ଭିତରେ ଲାଗିଛି ପ୍ରତିଯୋଗିତା । ଜଣେ ଚଢିଲେ, ତା ପଛେ ଆଉ ଜଣେ...ହେଲେ ତୃତୀୟ ଜଣଙ୍କ ଭାରି ଚାଲାକ । ଏ ଦୁଇ ଜଣଙ୍କ ଅବସ୍ଥା ଦେଖି ଆଉ ଗଲାନି । ଭାବିଲା ଏମାନେ ତ ପଡିଲେ ଆଉ ମୁଁ କାହିଁକି କାଦୁଅରେ ଗୋଡ ପୁରେଇବି ।
ମଣିଷମାନେ ନିଜ ଦୈନନ୍ଦିନ ଜୀବନରୁ ଟିକେ ଫୁରସତ ପାଇଲେ ଦୋଳିରେ ଝୁଲି ଝୁଲି ଆରାମ କରନ୍ତି । ଏଥିପାଇଁ ଏବେ ପ୍ରାୟ ନିଜ ଘର ବାଡିରେ ଏପରି ଦୋଳି ଲଗାଉଛନ୍ତି । ବୋଧ ହୁଏ ଏହା କୌଣସି ହୋଟେଲ କିମ୍ବା ରିସୋର୍ଟର । ଜଙ୍ଗଲ ମଧ୍ୟରେ ଲାଗିଥିବା ଏ ଦୋଳିରେ ଭାଲୁ ମାନଙ୍କ ନଜର ପଡିଯାଇଛି ।
ଆଉ ଦୋଳିର ମଜା ନେବାକୁ ଝାମ୍ପି ପଡିଛନ୍ତି । ହେଲେ ବାଲାନ୍ସ ରଖିବାକୁ ତାଙ୍କର ଅକଲ ଗୁଡୁମ । ସେଥିପାଇଁ ଦୁଲ୍ ଦାଲ୍ ହେଇ ଦି ଜଣ ଯାକ ଆକାଶରେ ନୁହେଁ ସିଧା ମାଟିରେ କଚାଡି ହୋଇ ପଡିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
Balance game... pic.twitter.com/SLYSVJTGRW — Dr.Samrat Gowda IFS (@IfsSamrat) October 12, 2022